Odisha Link
Bridging the Missing Links in Odisha

ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

ମୁମ୍ବାଇ : ପୁଣେରୁ ଜୟପୁରର ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ। ଆଜି ସକାଳୁ ପୁଣେରୁ ଜୟପୁର ଅଭିମୁଖେ ଉଡ଼ାଣ ଭରୁଥିବା ଇଣ୍ଡିଗୋର ୬ଇ- ୬୧୨୯ ନମ୍ବର ବିଶିଷ୍ଟ ଏକ ଯାତ୍ରୀବାହୀ ବିମାନର ଇଞ୍ଜିନ୍‌ରେ ମଝି ଆକାଶରେ ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଉପସ୍ଥିତ ପାଇଲଟ ବିମାନରେ ‘ସଂପୂର୍ଣ୍ଣ ଜରୁରିକାଳୀନ ପରିସ୍ଥିତି’ ଘୋଷଣା କରିବା ସହ ବିମାନଟିର ଗତିପଥକୁ ପରିବର୍ତ୍ତନ କରାଇ ଜୟପୁର ପରିବେର୍ତ୍ତ ମୁମ୍ବାଇ ଅଭିମୁଖେ ନେଇ ଯାଇଥିଲେ। ଯାନ୍ତ୍ରିକ ତ୍ରୁଟି ସହ ଇଣ୍ଡିଗୋ ବିମାନଟି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବାକୁ ଯାଉଥିବା ଜାଣିବା ପରେ ସୁରକ୍ଷାକୁ ଦୃଷ୍ଟିିରେ ବିମାନ ବନ୍ଦର କର୍ତ୍ତୃପକ୍ଷ ବିମାନ ବନ୍ଦରରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଦେବା ସହ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ। ସୌଭାଗ୍ୟ ବଶତଃ ଇଣ୍ଟିଗୋ ବିମାନଟି ନିରାପଦରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରି ଯାଇଥିଲା।ଏହି ଯାତ୍ରୀବାହୀ ବିମାନରେ ୩ଜଣ ଶିଶୁଙ୍କୁ ମିଶାଇ ସର୍ବମୋଟ ୧୭୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ।

Comments are closed.