ଦଳିଦେଲା ଦନ୍ତା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଗତକାଲି ରାତିରେ ୨ ଜଣଙ୍କୁ ଦଳି ମାରିଦେଇଛି ଦନ୍ତା। ମୃତକଦ୍ୱୟ ହେଲେ ହଜ୍ ଗାଁର ବଂଶୀଧର ଛୁଆଳ ସିଂହ ଓ କଲରାଝର ଗାଁର ସନାତନ ପ୍ରଧାନ। ହାତୀ ବଂଶୀଧର ଓ ସନାତନଙ୍କ ଘର ଭାଙ୍ଗି ଦେଇ ସେମାନଙ୍କୁ ପାଦରେ ଦଳି ଦେଇଥିଲା। ସୂଚନା ମୁତାବକ ବିଳମ୍ବିତ ରାତିରେ ଗ୍ରାମବାସୀ ଶୋଇଥିବା ବେଳେ ହାତୀ ୨ଟି ଗାଁରେ ପଶି ଉତ୍ପାତ କରିଥିଲା ଏହିଘଟଣାରେ ଆହତ ଆଉ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସ ସ୍ଥାନାନ୍ତର କରାଯାଇଛି।