Odisha Link
Bridging the Missing Links in Odisha

ଆନ୍ଦୋଳନ ପଛରେ ଅଧ୍ୟାପକ!

ଭୁବନେଶ୍ୱର: ବିଜେବି ଜୁନିୟର କଲେଜ ଛାତ୍ରଛାତ୍ରୀଙ୍କ ଆନ୍ଦୋଜନ ପଛରେ ଜଣେ ଅଧ୍ୟାପକଙ୍କ ହାତ ରହିଥିବା ଅଭିଯୋଗ ହୋଇଛି। ଏନେଇ ଖୋଦ ଜୁନିୟର କଲେଜ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ କରିଥିଲେ। ଏନେଇ ସେମାନେ ଟାୟାର ଜାଳି କଲେଜ ସମ୍ମୁଖ ରାସ୍ତା ବନ୍ଦ କରିଥିଲେ। ତେବେ ଏହି ଆନ୍ଦୋଳନ ପଛରେ ଜଣେ ଅଧ୍ୟାପକଙ୍କ ହାତ ରହିଛି। ଛାତ୍ରଛାତ୍ରୀଙ୍କୁ ବାଣିଜ୍ୟ ବିଭାଗ ଅଧ୍ୟାପକ ମିସଗାଇଡ କରିଛନ୍ତି। ଏନେଇ ଷ୍ଟାଫ କାଉନସିଲ ବୈଠକ କରାଯାଇ ଆଲୋଚନା କରାଯିବ। ଦରକାର ପଡ଼ିଲେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ। ଏଥିସହ ରାସ୍ତାରୋକ କରିଥିବା ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯିବ ବୋଲି ଜୁନିୟର କଲେଜ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।

Comments are closed.