Odisha Link
Bridging the Missing Links in Odisha

ପୋଲିସ ଚାପରେ ନ ରହୁ: ପ୍ରକାଶ ମିଶ୍ର

ଭୁବନେଶ୍ବର: ଭୁବନେଶ୍ବରରେ ଶିଖ୍‌ ବ୍ୟକ୍ତି ପରବିନ୍ଦର ପାଲ୍‌ ସିଂହଙ୍କୁ ଆକ୍ରମଣ ଘଟଣା ଏବେ ନୂଆ ମୋଡ଼ ନେଇଛି। ଏନେଇ ଟ୍ବିଟ୍‌ ଯୋଗେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ପୋଲିସ ଡିଜି ପ୍ରକଶ ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି ଯେ, ପରବିନ୍ଦର ସିଂହ ଘଟଣା ଧୀରେ ଧୀରେ ରହସ୍ୟମୟ ହେବାରେ ଲାଗିଛି। ଆଶା କରୁଛି ପୋଲିସ ଚାପରେ ନ ଆସି ଘଟଣାର ତଦନ୍ତ କରୁ। ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଆଶଙ୍କାକୁ ଶୀଘ୍ର ଦୂର କରନ୍ତୁ।

ସୂଚନା ଅନୁସାରେ ରାଜଧାନୀ ଭୁବନେଶ୍ବରର ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଶିଖ ବ୍ୟକ୍ତି ପରବିନ୍ଦରଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣାରେ ପରବିନ୍ଦରଙ୍କ ପତ୍ନୀ କମଲଜିତ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ,ଗତକାଲି ରାତିରେ ୩/୪ଜଣ ଲୋକ ତାଙ୍କ ଘରକୁ ଆସିଥିଲେ। ରାତି ପ୍ରାୟ ଗୋଟାଏ ବେଳେ କିଛି ଲୋକ ଘରକୁ ଆସି ବେଲ ମାରିଲେ। ବେଲ ମାରିବା ପରେ ଜୋରରେ କବାଟ ବାଡେ଼ଇଥିଲେ, ତେବେ ମୁଁ ଖୋଲିଲିନି। ବହୁ ସମୟ କବାଟ ବାଡେ଼ଇବା ପରେ ନଖୋଲିବାରୁ ସେମାନେ ପଳାଇଲେ। ମୁଁ ସେ ଲୋକମାନଙ୍କୁ ଦେଖିଛି। କିନ୍ତୁ କାହାକୁ ଚିହ୍ନିନି। ଆଜି ସକାଳେ ସେମାନେ ପୁଣି ଆମ ଘରକୁ ଆସିଥିଲେ। ଆସିଥିବା ଲୋକମାନେ କହିଲେ ଡରନି, ଆମେ ତୁମ ସହ ଅଛୁ ବୋଲି ପରବିନ୍ଦରଙ୍କ ପତ୍ନୀ କମଲଜିତ କହିଛନ୍ତି।
ପ୍ରକାଶ ଯେ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କ ନାମରେ ମାମଲା ଦାବି କଲେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ରାତି ଅଧରେ ବିଧାୟକ ଓ ଡିଏସପି ଯାଇ ଭୟଭୀତ କରିଛନ୍ତି। ଭୟମୀତ ହୋଇ ସେ ଆଉ ଓଡ଼ିଶାରେ ରହିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ଶ୍ରୀ ସାଲୁଜା। ରାତି ଅଧରେ ଭୟଭୀତ କରିଥିବାରୁ ତାଙ୍କ ନାଁରେ ମାମଲା ଅଭିଯୁକ୍ତଙ୍କ ଭଳି ଉଭୟଙ୍କ ନାଁରେ ସମାନ ଦଫା ଲାଗୁ କରାଯାଉ ହେଉ ବୋଲି ଦାବି କରିଛନ୍ତି ଶ୍ରୀ ସାଲୁଜା।

Comments are closed.