Odisha Link
Bridging the Missing Links in Odisha

ଆଜିଠୁ କଳିଙ୍ଗଷ୍ଟାଡିୟମ୍‌ରେ ହକି ପ୍ରୋ-ଲିଗ୍‌

ଭୁବନେଶ୍ବର : ଆଜିଠୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଯାଉଛି ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ଦ୍ବିତୀୟ ସଂସ୍କରଣ। ଏହି ପ୍ରତିଯୋଗିତାରେ ୯ଟି ଦଳ ଭାଗ ନେଉଥିଲା ବେଳେ ପ୍ରତ୍ୟେକ ଦଳ ନିଜ ନିଜ ମଧ୍ୟରେ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳିବେ। ପ୍ରତି ଦଳ ଲିଗ୍‌ ପର୍ଯ୍ୟାୟରେ ୧୬ ଲେଖାଏଁ ମ୍ୟାଚ୍‌ ଖେଳିବେ। ଶ୍ରେ‌ଷ୍ଠ ୪ ଦଳ ଟ୍ରଫି ମୁକାବିଲା ଦୌଡ଼ରେ ରହିବେ। ଆଜିର ମ୍ୟାଚ୍‌ରେ ଭାରତ କଳିଙ୍ଗ ଷ୍ଟାଡିୟମରେ ନେଦରଲାଣ୍ଡ୍ସକୁ ଭେଟିବ। ଏହି ପ୍ରତିଯୋଗିତାରେ ଭାରତ ପ୍ରଥମ ଥର ପାଇଁ ଖେଳିବ। ପ୍ରୋ-ଲିଗ୍‌ରେ ଘରୋଇ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି।

ଭାରତୀୟ ଅଧିନାୟକ ମନ୍‌ପ୍ରୀତ ସିଂହ ଆଜିର ମ୍ୟାଚ୍‌କୁ ଦେଇ କହିଛନ୍ତି, ବିଶ୍ବକପ୍‌ରେ ଆମେ ଅଳ୍ପ ବ୍ୟବଧାନରେ ‌ନେଦରଲାଣ୍ଡଠୁ ହାରିଥିଲୁ। ଏହି ଦଳ ବିଶ୍ବମାନ୍ୟତାରେ ଆମଠୁ ଉଚ୍ଚରେ ରହିଛି। ହକିରେ ମାନ୍ୟତାରେ କିଛି ନଥାଏ। ମ୍ୟାଚ୍‌ ଦିନର ପ୍ରଦର୍ଶନ ହିଁ ଫଳ ଦେଇଥାଏ। ଏବେ ଭାରତ ଭଲ ଖେଳି ଆସୁଛି। ଆମେ ବିଶେଷ କରି ଖେଳାଳିଙ୍କ ଫିଟ୍‌ନେସ୍‌ ଉପରେ ଧ୍ୟାନ ରଖିଛୁ। ପ୍ରତି ମ୍ୟାଚ୍‌ ଆମ ପାଇଁ ଫାଇନାଲ୍‌ ପରି ‌ହୋଇଥାଏ। ଆମେ ସେହିପରି ପ୍ରସ୍ତୁତ ରହୁ ଏବଂ ଶନିବାର ଓ ରବିବାର ମ୍ୟାଚ୍‌ରେ ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବୁ।

Comments are closed.