Odisha Link
Bridging the Missing Links in Odisha

ବିରୋଧୀ ୨ଦିନ ଆଣ୍ଡାମାନ ଜେଲକୁ ଯାଆନ୍ତୁ, ତେବେ ସାଭରକରଙ୍କୁ ବୁଝିବେ: ସଞ୍ଜୟ

ମୁମ୍ୱାଇ: ଶିବସେନା ସାଂସଦ ସଞ୍ଜୟ ରାଉତ ବୀର ସାଭରକରଙ୍କ ପ୍ରସଙ୍ଗକୁ ନେଇ ପୁଣିଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ବୀର ସାଭରକରଙ୍କ ବିରୋଧ କରୁଥିବା କୌଣସି ବିଚାରଧାରାର କିମ୍ବା କୌଣସି ପାର୍ଟିର ଲୋକ ହୋଇଥାଆନ୍ତୁ କାହିଁକି ତାଙ୍କୁ ଆଣ୍ଡାମାନ ନିକୋବର ଜେଲରେ ୨ଦିନ ରହିବା ଦରକାର ବୋଲି ସଞ୍ଜୟ ରାଉତ କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ଜେଲରେ ରହିଲେ ଯାଇ ଜାଣି ପାରିବେ ଯେ ବୀର ସାବରକରଙ୍କ ବଳିଦାନ ଓ ଯୋଗଦାନ କିଭଳି ଥିଲା।

ସୂଚନାଥାଉକି, ବୀର ବୀର ସାଭରକରଙ୍କୁ ନେଇ କଂଗ୍ରେସ ସେବା ଦଳ ଏକ ପୁସ୍ତକରେ ଲେଖିଥିଲା ଯାହାକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ସଞ୍ଜୟ। ଏହା ପୂର୍ବରୁ ମଧ୍ୟ ସଞ୍ଜୟ କହିଥିଲେ ଯେ, ବୀର ସାବରକର ମହାନ ବ୍ୟକ୍ତି ଥିଲେ ଓ ମହାନ ବ୍ୟକ୍ତି ହୋଇ ରହିବେ ମଧ୍ୟ। ଯେଉଁ ଲୋକ ତାଙ୍କ ଦେଶଭକ୍ତିକୁ ସନ୍ଦେହ କରୁଛି ତାଙ୍କର କେତେ ନୀଚ ମାନସିକତା ଏଥିରୁ ସ୍ପଷ୍ଟ ହେଉଛି ବୋଲି କହିଥିଲେ ଶ୍ରୀ ରାଉତ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର କଂଗ୍ରେସ ସେବା ଦଳ ୧୦ଦିନ ଏକ କ୍ୟାମ୍ପ କରି ଏକ ପୁସ୍ତକ ବଣ୍ଟନ କରାଯାଇଥିଲା। ଯେଉଁଥିରେ କି ଗଡସେ ଏବଂ ବୀର ସାଭରକରଙ୍କ ଭିତରେ ଶାରୀରିକ ସମ୍ବନ୍ଧ ରହିଥିବା ଦାବି କରାଯାଇଥିଲା।

Comments are closed.