Odisha Link
Bridging the Missing Links in Odisha

ଗିରଫ ଡିଏସ୍‌ପି ଦବିନ୍ଦର ସିଂହଙ୍କୁ ଦିଲ୍ଲୀ ଆଣିବ ଏନଆଇଏ

ନୂଆଦିଲ୍ଲୀ: ଦିଲ୍ଲୀ ଆସିବ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ଗିରଫ ହୋଇଥିବା ଜମ୍ମୁ-କଶ୍ମୀର ଡିଏସ୍‌ପି ଦବିନ୍ଦର ସିଂହ। ଅଧିକ ତଦନ୍ତ ପାଇଁ ଜମ୍ମୁ କଶ୍ମୀରରୁ ଦିଲ୍ଲୀ ଆଣିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏନଆଇଏ ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଛି। ସୋମବାର ଏନଆଇଏର ଏକ ଟିମ୍ କଶ୍ମୀର ଯାଇ ଦବିନ୍ଦରକୁ ଦିଲ୍ଲୀ ଆଣିବ ବୋଲି ଜଣାପଡ଼ିଛି। ଡିଏସପି ଦବିନ୍ଦର ସିଂହ ଘର ଏବଂ କାରରୁ ଜବତ ହୋଇଥିବା ଏକେ-୪୭ ବନ୍ଧୁକ, ହ୍ୟାଣ୍ଡ ଗ୍ରେନେଡ୍, ପିସ୍ତଲ ଏବଂ ମୋବାଇଲ ଫୋନ୍ ଆଦିର ଏନଆଇଏ ଫରନେସିକ ତଦନ୍ତ କରିବ ବୋଲି ଜଣାପଡ଼ିଛି।

ଆତଙ୍କବାଦୀକୁ ସହଯୋଗ କରୁଥିବା ଡିଏସପି ଦବିନ୍ଦର ସିଂହକୁ ବହିଷ୍କୃତ କରାଯାଇଛି। ଏନଆଇଏ ଏବେ ଦବିନ୍ଦର ବିରୋଧରେ ୟୁଏପିଏର ଦଫା ୧୮,୧୯,୨୦ ଏବଂ ୩୮,୩୯ ଆଧାରରେ ମାମଲା ରୁଜୁ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଦବିନ୍ଦର ଆତଙ୍କବାଦୀକୁ ସହଯୋଗ କରୁଥିବାର ପ୍ରମାଣ ଏନଆଇଏ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଦବିନ୍ଦର ସିଂହ ଶ୍ରୀନଗର ଠାରେ ଥିବା ନିଜ ଘର ମଧ୍ୟରେ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ। ଗତ ସପ୍ତାହରେ ଡିଏସପି ଦବିନ୍ଦରଙ୍କ ସହ ୩ ଜଣ ଆତଙ୍କବାଦୀଙ୍କୁ ପୁଲିସ୍‌ ଗିରଫ କରିଥିଲା।

Comments are closed.