Odisha Link
Bridging the Missing Links in Odisha

ନାଗରିକତା ଆଇନ୍: ଶିବଲଙ୍କ ପରେ ହୁଡା କହିଲେ ଏମିତି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିଦ୍ରୋହ ଓ ସମର୍ଥନ ଦେଖିବାକୁ ମିଳୁଛି। ହେଲେ କଂଗ୍ରେସ ବରିଷ୍ଠ ନେତା କପିଲ ଶିବଲ ଓ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡା ସିଏଏକୁ ନେଇ ବିରୋଧୀ ରାଜ୍ୟମାନଙ୍କୁ ପାଠ ପଢ଼ାଇଛନ୍ତି।

ସିଏଏକୁ ନେଇ ନିଜ ମତ ଦେଇଛନ୍ତି ଭୁପିନ୍ଦର ସିଂହ ହୁଡା। ସେ କହିଛନ୍ତି ଯେ “ ଥରେ କୌଣସି ଆଇନ୍‌ କିମ୍ବା ଅଧିନିୟମ ପାସ୍‌ ହେଲେ, ମୁଁ ଭାବୁଛି ସାମ୍ବିଧାନିକ ଦୃଷ୍ଟିକୋଣରୁ କୌଣସି ରାଜ୍ୟ ଏହା ଉପରେ ରୋକ୍‌ ଲଗାଇପାରିବେ ନାହିଁ କି ରୋକ୍ ଲଗାଇବା କଥା ମଧ୍ୟ ନୁହେଁ। କିନ୍ତୁ ଏହାକୁ ଆଇନଗତ ଭାବରେ ଯାଞ୍ଚ କରାଯାଇପାରିବ।”

ଗତକାଲି ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ କପିଲ ଶିବଲ ମଧ୍ୟ ସମାନ କଥା କହିଥିଲେ। ସେ କହିଥିଲେ ଯେ ଯଦି ପାର୍ଲିଆମେଣ୍ଟରେ କୌଣସି ବିଲ୍‌ ପାସ୍ ହୋଇଥିବ ତେବେ ଏହାକୁ ଲାଗୁ କରିବାରେ କୌଣସି ରାଜ୍ୟ ମନା କରିପାରିବେ ନାହିଁ। ଏପରି କରିବା ଅସମ୍ଭବ ଓ ଅସାମ୍ବିଧାନିକ। ସେ ଆହୁରି ମଧ୍ୟ କହିଥିଲେ ଯେ ଏହାକୁ ବିରୋଧ କରାଯାଇ ପାରିବ। ଏଥିପାଇଁ ରାଜ୍ୟ ବିଧାନସଭାରେ ସଂକଳ୍ପ ପାରିତ କରି ଆଇନ୍‌କୁ ଉଠାଇ ନେବା ପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କୁ କୁହାଯାଇପାରେ।

ସିଏଏ ଆଇନ୍‌ ବିରୋଧରେ କେରଳ ପ୍ରଥମେ ଓ ପରେ ପଞ୍ଜାବ ସରକାର ସଂକଳ୍ପ ପାସ୍ କରି ସାରିଛନ୍ତି।

Comments are closed.