Odisha Link
Bridging the Missing Links in Odisha

ପିଲାଙ୍କୁ ଟିପସ୍‌ ଦେଉଛନ୍ତି ମୋଦୀ

ନୂଆଦିଲ୍ଲୀ : ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କୁ ଟିପସ୍‌ ଦେଉଛନ୍ତି ମୋଦୀ। ଦିଲ୍ଲୀର ତାଲକୋଟରା ଷ୍ଟାଡ଼ିୟମରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେବା ସହ ନିଜର ଉଦବୋଧନ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଭାଗରୁ ୨୦୦୦ରୁ ଅଧିକ ଛାତ୍ରଛାତ୍ର, ଶିକ୍ଷକ ଓ ଅଭିଭାବକ ଭାଗ ନେଇଛନ୍ତି। ଆଗକୁ ଦଶମ ଓ ଦ୍ବାଦଶ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଉଛନ୍ତି ମୋଦୀ। ପରୀକ୍ଷା ସମୟରେ ବ୍ୟତିବ୍ୟସ୍ତ ନହୋଇ ଧର୍ଯ୍ୟସହ ଉତ୍ତର ଖାତାରେ ଲେଖିବା ସହ ନିଜ ଉପରେ ଦୃଢ ଆତ୍ମବିଶ୍ୱାସ ରଖିବା ପାଇଁ ମୋଦୀ ଟିପ୍ସ ଦେଉଛନ୍ତି। ମୋଦୀ କହିଛନ୍ତି, ବିଫଳତାରୁ ବି ଆମେ ସଫଳତାର ଶିକ୍ଷା ପାଇପାରିବା। ଯଦି ଆପଣ ବିଫଳ ହେଉଛନ୍ତି ତେବେ ଆଗକୁ ବଢନ୍ତୁ ନଚେତ୍ ସେଇଠି ଅଟକିଯିବେ।ଏଥି ସହ ମୋଦୀ ଚନ୍ଦ୍ରଯାନ ସମୟର ଅନୂଭତି ବାଣ୍ଟିଛନ୍ତି ଏବଂ କ୍ରିକେଟର ରାହୁଲ ଦ୍ରାବିଡ଼, ଲକ୍ଷ୍ମଣ ଓ କୁମ୍ବଲେଙ୍କର ଉଦାହରଣ ଦେଇଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ ଓ କିଛି ମନୋନୀତ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ। ପରୀକ୍ଷା ସମୟରେ କିଭଳି ଚାପର ମୁକାବିଲା କରିବାକୁ ହେବ ସେ ବିଷୟରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେବେ। ୨୦୧୮ ଫେବୃୟାରୀ ମାସରେ ପ୍ରଥମ ଥର ପାଇଁ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ‘ପରୀକ୍ଷା ପେ ଚର୍ଚ୍ଚା’ ପ୍ରଥମ ସଂସ୍କରଣରେ ଅନ୍ୟମନସ୍କତାର ମୁକାବିଲା ପାଇଁ ଆତ୍ମସମୀକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ଗତ ବର୍ଷ ‘ପରୀକ୍ଷା ପେ ଚର୍ଚ୍ଚା’ର ଦ୍ୱିତୀୟ ସଂସ୍କରଣରେ ଛାତ୍ରଛାତ୍ରୀମାନଙ୍କୁ ସମୟର ଅପଚୟ ନ କରି ଏହାର ସୁବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ।

Comments are closed.