Odisha Link
Bridging the Missing Links in Odisha

ବାପାଙ୍କୁ ପିଟି ପିଟି ହତ୍ୟା କଲା ପୁଅ

ସୁନ୍ଦରଗଡ଼: ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ତେଲଯୋର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହର କରୁଣ ପରିଣତି। ବାଡ଼ିରେ ପିଟି ପିଟି ବାପାକୁ ହତ୍ୟା କରିଛି ପୁଅ। ମୃତକ ହେଲେ ମନିସିଦୀ ବାଲା।
ମିଳିଥିବା ସୂଚନା ଅନୁସାରେ ପାରିବାରିକ କଳହକୁ ନେଇ ଗତକାଲି ରାତିରେ ବାପା ଓ ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା। ପୁଅ ରାଗିଯାଇ ବାପାକୁ ଏକ ବାଡ଼ିରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପୁଅକୁ ଗିରଫ କରିଛି।

Comments are closed.