Odisha Link
Bridging the Missing Links in Odisha

ଆଜି ପିଲାଙ୍କ କ୍ଲାସ୍ ନେବେ ମୋଦୀ

ନୂଆଦିଲ୍ଲୀ: ଆଜି ପିଲାଙ୍କ କ୍ଲାସ୍ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦିଲ୍ଲୀର ତାଲକୋଟା ଷ୍ଟାଡିୟମରେ ଆଜି ଦିନ ୧୧ଟାରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କ କ୍ଲାସ ନେବେ ମୋଦି। ଏହି ଅବସରରେ ପରୀକ୍ଷାର୍ଥୀମାନେ ବିଭିନ୍ନ ପ୍ରଶ୍ନ ପଚାରିବେ ଓ ତାହାର ଉତ୍ତର ଦେବେ ମୋଦୀ। ଏଥିରେ ଦିବ୍ୟାଙ୍ଗ ଛାତ୍ରଙ୍କୁ ମଧ୍ୟ ପ୍ରଶ୍ନ ପଚାରିବାକୁ ସୁଯୋଗ ମିଳିବ। ପରୀକ୍ଷା ସମୟରେ କିପରି ଚାପ ଓ ଭୟ ମୁକ୍ତ ରହିବେ ସେନେଇ ପରୀକ୍ଷାର୍ଥୀଙ୍କୁ ଗୁରୁମନ୍ତ୍ରୀ ଦେବେ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମକୁ ନେଇ ଦଶମ ଓ ପ୍ଲସଟୁ ପିଲାଙ୍କ ମଧ୍ୟରେ ଉତ୍ସାହ ରହିଛି।

ଗତ ବର୍ଷ ତୁଳନାରେ ଚଳିତ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ସିଧା ପ୍ରଶ୍ନ ପଚାରିବାର ସୁଯୋଗ ଦିଆଯାଉଛି ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ କହିଛନ୍ତି । ଗତବର୍ଷ ୧୫ ଜଣ ଛାତ୍ର ସିଧା ମୋଦିଙ୍କ ପ୍ରଶ୍ନ କରିଥିବା ବେଳେ ଚଳିତ ବର୍ଷ ୬୦ ଜଣ ଛାତ୍ର ପ୍ରଶ୍ନ କରିବେ । ଏହାଛଡା ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପାଇଁ ଉଭୟ ଗ୍ରାମାଂଚଳ ଓ ସହରାଂଚଳରୁ ସମାନ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ମନୋନୀତ କରାଯାଇଛି।

Comments are closed.