Odisha Link
Bridging the Missing Links in Odisha

ଆଜି ୧୨ ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି ପକ୍ଷରୁ ଆଜି ୧୨ ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ। ଫଳରେ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଏବଂ କଣ୍ଟାମାଳ ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ସହ ଦୋକାନ ବଜାର ଏବଂ ଯାନବାହାନ ଚଳାଚଳ ଠପ୍ ହୋଇପଡିଛି।
ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପର ସର୍ବାଧିକ ୧୧୦ କି.ମି. ରେଳପଥ ବୌଦ୍ଧ ଜିଲ୍ଲା ଦେଇ ନିର୍ମାଣ ହେବାକୁ ଥିବା ବେଳେ ୯୮ଟି ରାଜସ୍ବ ଗ୍ରାମରୁ ୨୨୮୬ ଏକର ବେସରକାରୀ କୃଷି ଜମି ଅଧିଗ୍ରହଣ କରାଯିବ । ଯାହା ଫଳରେ ପ୍ରାୟ ୫ ହଜାରରୁ ଅଧିକ ଚାଷୀଙ୍କ ଜୀବନ ଜୀବିକା ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ। ତେବେ ଚାଷ ଜମିର ବର୍ତ୍ତମାନର ବର୍ଦ୍ଧିତ ଦରକୁ ନେଇ ଜମି ମାଲିକଙ୍କୁ କ୍ଷତି ପୂରଣ ଦେବା ପାଇଁ ବାରମ୍ବାର ଦାବି ହୋଇଆସୁଛି । ହେଲେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।

Comments are closed.