Odisha Link
Bridging the Missing Links in Odisha

ବେଆଇନ ଗୋରୁ ବୋଝେଇ ଗାଡି ଜବତ

ସୋର: ବେଆଇନ ଚାଲାଣ ବେଳେ ଗୋରୁ ବୋଝେଇ ଟ୍ରକ୍ ଜବତ। ବାଲେଶ୍ବର ଜିଲ୍ଲା ସୋରରେ ବେଆଇନ ଗୋରୁ ଚାଲାଣ ବେଳେ ସ୍ଥାନୀୟ ଲୋକେ ଟ୍ରକକୁ ଅଟକ ରଖିଛନ୍ତି। ସୋର ଥାନା କୋଚିଆକୋଇଲି ଗାଁରୁ ଏହି ଗୋରୁ ବୋଝେଇ ଗାଡି ଜବତ ହୋଇଛି। ଟ୍ରକରେ ପ୍ରାୟ ୬୦ଟି ଗୋରୁ ଥିଲେ। ୫ଟି ଗୋରୁଙ୍କ ମୁତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଗାଡି ଛାଡି ଗୋରୁ ଚାଲାଣକାରୀ ଫେରାର ହୋଇଯାଇଛନ୍ତି।

Comments are closed.