Odisha Link
Bridging the Missing Links in Odisha

ସମଲେଶ୍ବରୀ ମନ୍ଦିର ଯିବ ଏକ୍ସପର୍ଟ ଟିମ୍‌

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଗସ୍ତ ସାରି ଫେରିବା ବେଳେ ସମ୍ବଲପୁରରେ ପହଞ୍ଚି ମା’ ସମଲାଇଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମୁଁ ମା’ ସମଲାଇଙ୍କ ବଡ ଭକ୍ତ। ସମଲାଇ ମନ୍ଦିରର ବିକାଶରେ କୌଣସି ଅସୁବିଧା ନାହିଁ। ମନ୍ଦିର ଉନ୍ନତି ସମତେ ସମ୍ବଲପୁରରେ ଥିବା ଅନ୍ୟ ପର୍ଯ୍ୟଟନସ୍ଥଳୀ ବିକାଶ ପାଇଁ ଏକ ଟିମ୍ ଗଠନ କରାଯିବ। ଉକ୍ତ ଟିମ୍ ଆସି ସମଲାଇ ମନ୍ଦିର ପରିଦର୍ଶନ କରିବେ। ଏହା ସହ ସମ୍ବଲପୁରରେ ଥିବା ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବେ। ସେହି ରିପୋର୍ଟ ଆଧାରରେ ଏହାର ବିକାଶ ପାଇଁ ବ୍ୟୟ ଅଟକଳ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.