Odisha Link
Bridging the Missing Links in Odisha

ବାଚସ୍ପତି ଡ. ପାତ୍ରଙ୍କୁ ସାକ୍ଷାତ କଲେ ରାଜ୍ୟସଭାର ମହାସଚିବ ଶ୍ରୀ ବର୍ମା

ଭୁବନେଶ୍ବର: ଆଜି ରାଜ୍ୟସଭାର ମହାସଚିବ ଦେଶ୍‌ ଦୀପକ ବର୍ମା ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବିଧାନସଭାସ୍ଥିତ ତାଙ୍କ ପ୍ରକୋଷ୍ଠରେ ସୌଜନ୍ୟସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଓଡ଼ିଶା ବିଧାନନସଭା ଓ ରାଜ୍ୟସଭାର ବିଭିନ୍ନ କାର୍ଯ୍ୟାବଳୀ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଓଡ଼ିଶା ବିଧାନନସଭାର ବିଭିନ୍ନ ଆବଶ୍ୟକତା ଓ ନ୍ୟାସନାଲ୍‌ ଇ-ବିଧାନ ଆପ୍ଲିକେସନ୍‌ ଆଦି ବିଷୟ ଏହି ଆଲୋଚନରେ ସ୍ଥାନ ପାଇଥିଲା।

ରାଜ୍ୟସଭାରେ ଓଡ଼ିଶାକୁ ପ୍ରତିନିଧିତ୍ବ କରୁଥିବା ସାଂସଦମାନଙ୍କ କାର୍ଯ୍ୟଶୈଳୀ ଓ ବିତର୍କ ଅତି ଉଚ୍ଚକୋଟୀର ରହିଛି ବୋଲି ଶ୍ରୀ ବର୍ମା ପ୍ରକାଶ କରିଥିଲେ। ଶ୍ରୀ ବର୍ମା ଓଡ଼ିଶା ବିଧାନସଭାର ବିଭିନ୍ନ ଉପବିଭାଗ ଓ ବିଧାନସଭା ଗୃହ ପରିଦର୍ଶନ କରିଥିଲେ। ବାଚସ୍ପତି ଡ. ପାତ୍ର ଶ୍ରୀ ବର୍ମାଙ୍କୁ ପ୍ରଭୁ ଜଗନ୍ନାଥଙ୍କର ଏକ ପ୍ରତିମୂର୍ତ୍ତି ଏବଂ ଉପଢୌକନ ପ୍ରଦାନ କରିଥିଲେ। ଏହି ସୌଜନ୍ୟ ସାକ୍ଷାତ ସମୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ।

Comments are closed.