Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କୁ ବରୋଧୀଦଳ ନେତାଙ୍କ ଚିଠି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଚିଠି ଲେଖି ଦାବି ଜଣାଇଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ। ଶ୍ରୀ ନାଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ତଥା ଏହାର ଅଧିବାସୀ ଓଡ଼ିଆଙ୍କ ପ୍ରାଣ ଓ ଆତ୍ମା ହେଉଛି ଓଡ଼ିଆ ଭାଷା। ଏହି ଭାଷା ଜରିଆରେ ସେମାନେ ସ୍ୱାଭାବିକ ଭାବେ ନିଜସ୍ୱ ଚିନ୍ତା ଚେତନାର ପରିପ୍ରକାଶ କରିବା ସହିତ ମୌଳିକ ଅଧିକାର ସାବ୍ୟସ୍ତ କରିଥାଆନ୍ତି। ସେମାନଙ୍କର ଦୀର୍ଘ ଦିନର ଦାବି ପରେ ସରକାରୀ କାର୍ଯ୍ୟରେ ସଂପୂର୍ଣ୍ଣ ରୂପେ ଓଡିଆ ଭାଷାରେ ସଂପାଦିତ ହୋଇପାରୁ ନାହିଁ। ରାଜ୍ୟରେ ସର୍ବୋଚ୍ଚ ଅଦାଲତ ଠାରୁ ଆରମ୍ଭ କରି ନିମ୍ନ ଅଦଳାଲତମାନଙ୍କରେ ପ୍ରଚଳିତ ଇଂରାଜୀ ଭାଷା ମଧ୍ୟ ନ୍ୟାୟ ପ୍ରଦାନ କ୍ଷେତ୍ରରେ ବିଡ଼ମ୍ବନା ସୃଷ୍ଟି କରିଛି। ଫଳରେ ସରକାରୀ କାର୍ଯ୍ୟକ୍ରମ ହେଉ କି ନ୍ୟାୟ ଲୋକଙ୍କ ନିକଟରେ ପହଞ୍ଚିବାରେ ବଡ଼ ଅନ୍ତରାୟ ସୃଷ୍ଟି ହୋଇଛି।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ , ବର୍ତ୍ତମାନ ବିଧାନସଭାରେ ଉଭୟ ଶାସକ ଓ ବିରୋଧୀଙ୍କ ସମ୍ମିଳିତ ଦାବି ଫଳରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଇଂରାଜୀ ସହିତ ଓଡ଼ିଆ ଭାଷାରେ ପ୍ରକାଶନ କରାଯାଉଛି। ସେଗୁଡ଼ିମ ମଧ୍ୟରେ ବିଧେୟକ, ଆଇନ, ବିଜ୍ଞପ୍ତି, ବିବୃତି, ବଜେଟ: ଏକ ଦୃଷ୍ଟିପାତ, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ, ଚିଠା ପ୍ରସ୍ତାବ, ବିଭିନ୍ନ ବିଭାଗ ଓ ନିଗମର ବାର୍ଷିକ କାର୍ଯ୍ୟାବଳୀ ବିବରଣୀ ମୁଲତବୀ ପ୍ରସ୍ତାବର ଚିଠା ଆଦି ରହିଛି। ବିଧାନସଭା ଗୃହର ଅନେକ ବିଭାଗୀୟ ସ୍ଥାୟୀ କମିଟି ରହିଛି, ଯେଉଁମାନଙ୍କର ରିପୋର୍ଟ ଓଡ଼ିଆ ଭାଷାରେ ପ୍ରକାଶିତ ହୁଏ ନାହିଁ। ସେହିପରି ଅନେକ ବିଚାର ବିଭାଗୀୟ ରିପୋର୍ଟ , ବିଭାଗୀୟ ଖର୍ଚ୍ଚଦାବି, କମିଶନ୍‍ ରିପୋର୍ଟ, ଅଧ୍ୟାଦେଶ ଆଦି ଓଡ଼ିଆ ଭାଷାରେ ଉପସ୍ଥାପିତ ହେଉ ନାହିଁ ବୋଲି ପ୍ରଦୀପ୍ତ କୁମାର ନାଏକ କହିଛନ୍ତି।

Comments are closed.