Odisha Link
Bridging the Missing Links in Odisha

ବଦଳିଲା ସୁରଙ୍କ ସ୍ବର

ଭୁବନେଶ୍ବର: କଂଗ୍ରେସ ଭବନରେ ବାଉନ୍‌ସର ନେଇ ମତ ବଦଳାଇଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଏହି ଘଟଣା ଉପରେ ସୁର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘କଂଗ୍ରେସ ଭବନକୁ ଆସିଥିବା ବାଉନ୍‌ସରଙ୍କୁ ଆମ ନେତା କେହି ଆଣିନଥିଲେ। ବିରୋଧୀ ଆମକୁ ବଦନାମ କରିବାକୁ ବାଉନ୍‌ସର ପଠାଇଥିଲେ।

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ପିସିସି କାର୍ଯ୍ୟାଳୟରେ ବାଉନ୍ସରଙ୍କୁ ନିୟୋଜିତ କରାଯାଇଥିବା ଦେଖିବାକୁ ମିଳିଥିଲା। ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ୍ ପ୍ରଧାନଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ କଂଗ୍ରେସ ଭବନରେ ହଟ୍ଟଗୋଳ ହୋଇଥିଲା। ସୁରକ୍ଷା ଦୁଷ୍ଟିରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବାଉନ୍ସରଙ୍କ ସହ ପିସିସି କାର୍ଯ୍ୟାଳୟକୁ ଆସିଥିଲେ। ଯାହାକୁ ସୁର ଦୃଢ ନିନ୍ଦା କରିଥିଲେ।

Comments are closed.