Odisha Link
Bridging the Missing Links in Odisha

ଆଇଏମ୍‌ଏଫ୍‌ ରିପୋର୍ଟ ପରେ ଚର୍ଚ୍ଚାରେ ଗୀତା ଗୋପିନାଥ, କିଏ ସେ ଜାଣନ୍ତୁ

ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ପୁଣି ହ୍ରାସ ପାଇବ ବୋଲି ଆକଳନ କରିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା ଫଣ୍ଡ(ଆଇଏମଏଫ୍‌)। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୪.୮ ପ୍ରତିଶତକୁ ଖସିଯିବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ପକ୍ଷରୁ ନୂଆ ଆକଳନରେ ଏହା କୁହାଯାଇଛି। ଭାରତ ଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ କୁପ୍ରଭାବ ପକାଇବାର ଆଶଙ୍କା ରହିଛି ବୋଲି ଆଇଏମଏଫ ମୁଖ୍ୟ ଗୀତା ଗୋପିନାଥ କହିଛନ୍ତି।

ଗୀତା ଗୋପିନାଥ କିଏ?:
ଏହି ଖବର ପ୍ରକାଶ ପରେ ଏବେ ଚର୍ଚ୍ଚାରେ ଆଇଏମଏଫ୍‌ର ମୁଖ୍ୟ ଗୀତା ଗୋପିନାଥ। ସେ ହେଉଛନ୍ତି ଜଣେ ଭାରତୀୟ। ୨୦୧୯ ମସିହରେ ଗୀତା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ)ର ମୁଖ୍ୟ ଅର୍ଥନୀତିଜ୍ଞ ପଦରେ ନିଯୁକ୍ତି ପାଇଛନ୍ତି। ଆଇଏମଏଫର ନିର୍ଦ୍ଦେଶକ ଖ୍ରୀଷ୍ଟିଆନ୍ ଲଗାର୍ଡେ ଗୀତାଙ୍କ ନାମ ଘୋଷଣା କରିଥିଲେ। ଆଉ ସେତେବେଳେ ସେ କହିଥିଲେ ଯେ,, ଗୀତା ବର୍ତ୍ତମାନ ବିଶ୍ୱର ଟପ୍ ଅର୍ଥନୀତିଜ୍ଞ ଏବଂ ତାଙ୍କ ପାଖରେ ବହୁ ଅନ୍ତରାଷ୍ଟ୍ରୀୟ ଅନୁଭବ ତାଙ୍କ ପାଖରେ ଅଛି। ଗୀତା ଗୋପିନାଥ ମୌରୀ ଅବଷ୍ଟଫେଡଙ୍କ ସ୍ଥାନରେ ଏହି ପଦରେ ନିଯୁକ୍ତ ହୋଇଛନ୍ତି।

ଆଇଏମଏଫର ଏହି ଉଚ୍ଚ ପଦରେ ନିଯୁକ୍ତ ହେବାରେ ଗୀତା ହେଉଛନ୍ତି ପ୍ରଥମ ମହିଳା। ୪୭ ବର୍ଷୀୟ ଗୀତା ସମ୍ପ୍ରତି ହାଭାର୍ଡ ବିଶ୍ୱ ବିଦ୍ୟାଳୟରେ ଇଣ୍ଟର ନ୍ୟାସନାଲ ଷ୍ଟଡିଜ୍ ଏବଂ ଇକୋନୋମିକ୍ସର ପ୍ରଫେସର ରହିଛନ୍ତି। ଗୀତା ହେଉଛନ୍ତି ଆଇଏମଏଫର ୧୧ତମ ମୁଖ୍ୟ ଅର୍ଥନୀତିଜ୍ଞ।

ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କ ପରେ ଗୀତା ହେଉଛନ୍ତି ଦ୍ୱିତୀୟ ଭାରତୀୟ ଯେ କି (ଆଇଏମଏଫ)ର ମୁଖ୍ୟ ଅର୍ଥନୀତିଜ୍ଞ ପଦରେ ନିଯୁକ୍ତି ପାଇଛନ୍ତି। ଭାରତରେ ସ୍ନାତକ ଏବଂ ସ୍ନାତକୋତ୍ତର ଶେଷ କରିବା ପରେ ଗୀତା ଉଚ୍ଚତ୍ତର ଶିକ୍ଷା ପାଇଁ ଆମେରିକା ଯାଇଥିଲେ। ସେ କେରଳ ନିବାସୀ ଟି.ଭି ଗୋପୀନାଥ ଏବଂ ଭି.ସି ବିଜୟଲକ୍ଷ୍ମୀଙ୍କ ସାନ ଝିଅ। ଗୀତା ମାସାଚୁସେଟ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏମଆଇଟି)ର ଅର୍ଥନୀତି ବିଭାଗର ଜେ.ପାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇକବାଲ ଧାଲିଓ୍ୱାଲଙ୍କୁ ବିବାହ କରିଥିଲେ।

Comments are closed.