Odisha Link
Bridging the Missing Links in Odisha

ଦେଶର ସବୁ ରାଜ୍ୟଠାରୁ ଓଡ଼ିଶାରେ କମ୍‌ ପୁଞ୍ଜି ବିନିଯୋଗ କରି ବାଣିଜ୍ୟ ବ୍ୟାପାର କରିବା ସହଜସାଧ୍ୟ: କ୍ୟାପଟେନ ମିଶ୍ର

ଭୁବନେଶ୍ବର: ବିଗତ ଦୁଇ ଦଶନ୍ଧିଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଅନେକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି। କପଡ଼ା ଓ ପୋଷାକ ଶିଳ୍ପ ନିମନ୍ତେ ବହୁ ସଂଖ୍ୟାର କୁଶଳୀ ଦକ୍ଷ ମାନବସଞ୍ଚଳ କାର୍ଯ୍ୟବଳ ଓଡ଼ିଶାରେ ଉପଲବ୍ଧ ବୋଲି ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ ଗୃହ ମନ୍ତ୍ରୀ କ୍ୟା ପଟେନ ଦିବ୍ୟ ଶଙ୍କର ମିଶ୍ର ମତବ୍ୟକ୍ତ କରିଛନ୍ତି।

ବେଙ୍ଗାଲୁରସ୍ଥିତ ତାଜ ଓ୍ୱେଷ୍ଟ ଏଣ୍ଡଠାରେ ଓଡ଼ିଶା ରାଜ୍ୟ ପ୍ରତିନିଧି ମଣ୍ଡଳଗଣଙ୍କ ଦ୍ୱାରା ଆୟୋଜିତ “ଓଡ଼ିଶାରେ କପଡ଼ା ଓ ପୋଷାକ’’ ବୈଠକ ମନ୍ତ୍ରୀ ଶ୍ରୀ କ୍ୟାପଟେନ ମିଶ୍ର ଉଦ୍‌ଘାଟନ କରିଥିଲେ। ରାଜ୍ୟର ଏକ ସକ୍ରିୟ ସ୍ଥିତି, ପାରଦର୍ଶୀ ଶାସନ ବ୍ୟବସ୍ଥା, ଶିଳ୍ପ ଅନୁକୂଳ ବାତାବରଣ ରହିଲେ ଦେଶର ସବୁ ରାଜ୍ୟଠାରୁ ଓଡ଼ିଶାରେ କମ୍‌ ପୁଞ୍ଜି ବିନିଯୋଗ କରି ବାଣିଜ୍ୟ ବ୍ୟାପାର କରିବା ସହଜସାଧ୍ୟ। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଦିଗରେ ସକରାତ୍ମକ ବାତାବରଣ ରହିଥିବା ସ୍ଥଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପୂର୍ଣ୍ଣମାତ୍ରାରେ ରହିଥିବା ଉଲ୍ଲେଖ କରି ପୁଞ୍ଜି ନିବେଶକାରୀଙ୍କୁ ମନ୍ତ୍ରୀ ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରିଥିଲେ। ଓଡ଼ିଶାରେ କପଡ଼ା ଓ ପୋଷାକ କ୍ଷେତ୍ରରେ ରହିଥିବା ସୁବିଧା ସୁଯୋଗର ବିନିଯୋଗ ହୋଇ କିପରି ଶିଳ୍ପ କ୍ଷେତ୍ରରେ ବିକାଶ ହୋଇ ପାରିବ ସେଥିନେଇ ଶିଳ୍ପୋଦ୍ୟୋଗୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ପ୍ରତିନିଧିମଣ୍ଡଳ ଓଡ଼ିଶାରେ ଖାଦ୍ୟ ପ୍ରକି୍ରୟାକରଣ, ଅଟୋ, ପରିଧାନ, ଧାତୁ, ପ୍ଲାଷ୍ଟିକ୍‌ ଓ ପେଟ୍ରୋ ରସାୟନ, ଏୟାର ସ୍ପେସ୍‌ ଓ ସୁରକ୍ଷା ଆଦି ସହିତ ବିଭିନ୍ନ କ୍ଷେତ୍ରରେ ୨୦ ଗୋଟି କମ୍ପାନୀ ସହିତ ରାଜ୍ୟ ପ୍ରତିନିଧିମଣ୍ଡଳଙ୍କ ପ୍ରତ୍ୟକ୍ଷ ଆଲୋଚନା ହୋଇଥିଲା। ବ୍ୟାପାର ବାଣିଜ୍ୟ ନିମନ୍ତେ ରାଜ୍ୟରେ ରହିଥିବା ସୁବିଧାଗୁଡ଼ିକ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରି ମତ ବିନିମୟ କରିଥିଲେ । କମ୍ପାନୀମାନଙ୍କ ସକାଶେ ରାଜ୍ୟରେ ପ୍ରଦାନ କରାଯାଉଥିବା ନୀତିଗତ ଢାଞ୍ଚା ଓ ଅବସର ତଥ୍ୟଗୁଡ଼ିକ ପ୍ରତିନିଧିମଣ୍ଡଳ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ ନଭେଞ୍ଚର ମାସ ୩୦ ତାରିଖଠାରୁ ଡିସେଞ୍ଚର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ-୨୦୨୦ ସମ୍ପର୍କିତ ବିସ୍ତୃତ ବିବରଣୀ ଉପସ୍ଥିତ ଶିଳ୍ପ ପତିମାନଙ୍କୁ ଅବଗତ କରାଯାଇଥିଲା।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ସୂଚନା ଓ ଲୋକସମ୍ପର୍କ ବିଭାଗୀୟ କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂହ, ଇ ପିକଲ ପରିଚାଳନା ନିର୍ଦ୍ଦେଶକ ନୀତିନ୍‌ ଜାଓ୍ୱାଲେ ପ୍ରତିନିଧିମଣ୍ଡଳ ଭାବେ ଯୋଗଦାନ କରିଥିଲେ। ଏହି ବୈଠକରେ ୨୫ରୁ ଉର୍ଦ୍ଧ୍ବ କମ୍ପାନୀ ଅଂଶ ଗ୍ରହଣ କରିଥିଲେ। ଆଦିତ୍ୟ ବିର୍ଲା ଫେଶନ, ସାହି ଏକ୍ସେପାର୍ଟ ଓ ପେଜ୍‌ ଇଣ୍ଡଷ୍ଟ୍ରୀ ପ୍ରତିନିଧିଗଣ ଓଡ଼ିଶାରେ ପୁଞ୍ଜି ନିବେଶ ଦିଗରେ ନିଜର ଅନୁଭୂତି ଓ ଆଭିମୁଖ୍ୟ ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ।

Comments are closed.