Odisha Link
Bridging the Missing Links in Odisha

ଚର୍ଚ୍ଚାରେ ଇମ୍ରାନ, କହିଲେ ପାକିସ୍ତାନରେ ଯୌନ ଅପରାଧ ବଢ଼ିବା ପାଇଁ ….

ଇସଲାମାବାଦ୍: ପୁଣିଥରେ ଚର୍ଚ୍ଚାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଠିକ୍‌ ପୂର୍ବଭଳି ଏଥର ମଧ୍ୟ ଭାରତକୁ ଦାୟୀ କରିଛନ୍ତି ଇମ୍ରାନ ଖାନ। ସେ ୟୁଟ୍ୟୁବ୍‌ ଜରିଆରେ ଲୋକଙ୍କୁ ସମ୍ବୋଧନ କରି କହିଛନ୍ତି, ତାଙ୍କ ଦେଶରେ ବଢ଼ୁଥିବା ଯୌନ ଅପରାଧ ପାଇଁ ବଲିଉଡ୍‌ ଫିଲ୍ମ ସବୁ ଦାୟୀ। ସେ କହିଛନ୍ତି ମୋବାଇଲ ପାଇଁ ଏଭଳି ଅପରାଧ ଏବଂ ଡ୍ରଗ୍ସ କାରବାର ବଢ଼ୁଛି। ବଲିଉଡ୍‌ ଓ ହଲିଉଡ୍‌ର ବିଷୟବସ୍ତୁ ଏହାକୁ ପ୍ରୋତ୍ସାହନ ଦେଉଥିବା ସେ କହିଛନ୍ତି।

ଇମ୍ରାନ୍‌ ଏହି ଭିଡିଓରେ କହିଛନ୍ତି, “ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାକିସ୍ତାନ ବଡ଼ ଆହ୍ୱାନ ଦେଇ ଗତି କରୁଛି, ତାହା ହେଉଛି ମୋବାଇଲ ଫୋନ୍‌। ମୋବାଇଲ ଫୋନ୍‌ ଏଭଳି କିଛି ବିଷୟ ପିଲାମାନଙ୍କୁ ଯୋଗାଇ ଦେଉଛି ଯାହାକି କେବେ ମଧ୍ୟ ମାନବ ଇତିହାସରେ ନଥିଲା। ଏବେ ଏହାର କୁପ୍ରଭାବ ଆସିଛି। ଏହା ହିଁ ସ୍କୁଲ ଭିତରେ ଡ୍ରଗ୍ସ କାରବାର ବଢ଼ାଇଛି। ମୁଁ କ୍ଷମତାରେ ଆସିନଥିଲେ ଜାଣପାରିନଥା’ନ୍ତି। ସ୍କାଇରକେଟିଂ, ଶିଶୁଙ୍କ ପ୍ରତି ଯୌନ ଆକର୍ଷଣ ଏବଂ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ପରି ଯୌନ ଅପରାଧ ପାକିସ୍ତାନରେ ଚାଲୁ ରହିଛି।”

Comments are closed.