Odisha Link
Bridging the Missing Links in Odisha

ବାଂଲାଦେଶୀ ସେକ୍ସ ରାକେଟ୍‌ ଘଟଣା, ଆଉ ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ବାଂଲାଦେଶୀ ସେକ୍ସ ରାକେଟ୍‌ର ତନାଘନା କରି ଗତକାଲି ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ୍ ଏସଟିଏଫ୍। ପ୍ରଶାନ୍ତ ପରିଡ଼ା ନାମକ ଜଣେ ଯୁବକଙ୍କୁ ଆଜି ଗିରଫ କରିଛି ଲକ୍ଷ୍ମୀସାଗର ପୁଲିସ୍‌। ସେକ୍ସ ରାକେଟର କିଙ୍ଗିପିନ୍ ଅଞ୍ଜଳି ଓ ଇବ୍ରାହିମଙ୍କୁ ଗତକାଲି ପିପିଲି ଦାନଗୋହିରି ନିକଟରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ୍ ଏସଟିଏଫ୍। ଆଜି ଗିରଫ ହୋଇଥିବା ପ୍ରଶାନ୍ତ ଇବ୍ରାହିମର ମୁଖ୍ୟ ସହଯୋଗୀ ବୋଲି ଜଣାପଡ଼ିଛି। ସେ ବାଂଲାଦେଶରୁ ଯୁବତୀମାନଙ୍କୁ ଆଣି ଓଡ଼ିଶାରେ ପହଞ୍ଚାଉଥିଲେ।

ରାଜଧାନୀରେ ଏହି ବାଂଲାଦେଶୀ ସେକ୍ସ ରାକେଟ୍‌ ଟିମ୍ ଖୁଲମ୍‌ଖୁଲା ଦେହ ବ୍ୟବସାୟର କରୁଥିଲେ। ଏହି ରେକେଟ ସହ ପରିଚାଳିତ ଆଉ ୬ ଦେହଜୀବୀଙ୍କୁ ପୁଲିସ୍‌ ପଚରାଉଚରା କରୁଛି। ଚଢ଼ଉ ବେଳେ ଜବତ ଡାଏରୀରୁ ବହୁ ନାଁ ଓ ଫୋନ୍‌ ନମ୍ବର ମିଳିଥିବା ବେଳେ ତାକୁ ନେଇ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି। ଜଣେ ରୂପଜୀବୀ ହୋଟେଲ ମ୍ୟାନେଜରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ଏ ରାକେଟର ପର୍ଦ୍ଦାଫାସ ହୋଇଥିଲା।

Comments are closed.