Odisha Link
Bridging the Missing Links in Odisha

ନାଗିରକତା ଆଇନ ଉପରେ ଲାଗିବନି ରୋକ୍: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଉପରେ କେନ୍ଦ୍ର ସରକାରଙ୍କୁ ବଡ଼ ଆଶ୍ବସ୍ତି। ଆଜି ସୁପ୍ରିମକୋର୍ଟ ସିଏଏକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାୟର ପିଟିସନଗୁଡିକ ଉପରେ ଶୁଣାଣି କରିଛନ୍ତି। ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଉପରେ ତୁରନ୍ତ ରୋକ୍‌ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ।

ସିଏଏ ଉପରେ ଏକପାଖିଆ ନିଷ୍ପତ୍ତି ନିଆଯାଇ ପାରିବନି ଓ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ପୀଠରେ ହେବ ସିଏଏର ଶୁଣାଣି ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି। ଅଲଗା ଅଲଗା ଜୋନକୁ ନେଇ ଗଠନ ହେବ ସାମ୍ବିଧାନିକ ପୀଠ ବୋଲି କହିଛନ୍ତି ସିଜେଆଇ।

ଏଥିସହିତ ୪ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ୪ସପ୍ତାହ ଭିତରେ ଜବାବ ଦାଖଲ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଆସାମ ଓ ତ୍ରିପୁରାର ତାଲିକା ମାଗିଲେ ସୁପ୍ରିମକୋର୍ଟ।

 

Comments are closed.