Odisha Link
Bridging the Missing Links in Odisha

ମୁଁ ବିଜେଡି ଲୋକ: ଦାମ ରାଉତ

ଭୁବନେଶ୍ବର: ବରିଷ୍ଠ ପୁରୁଖା ନେତା ଦାମ ରାଉତଙ୍କ ବଡ଼ ବୟାନ। ଦାମ ରାଉତ କହିଛନ୍ତି ଯେ, ମୁଁ ନବୀନ ବାବୁଙ୍କୁ ସମର୍ଥନ ଦେଇ ଆସିଛି। ଜୀବନରେ କେବେ ବି ନବୀନ ବାବୁଙ୍କୁ ବିରୋଧ କରିନି। ମୁଁ ଜଣେ ବିଜେଡି ଲୋକ ଓ ଜଣେ ପୁରୁଖା ସଦସ୍ୟ ମଧ୍ୟ। ମୁଁ ନିର୍ବାଚନ ଲଢ଼ିବି ନାହିଁ ବରଂ ବିଜୁଙ୍କ ଅନୁଗତ ହିସାବରେ ରହିବି ବୋଲି କହିଛନ୍ତି ବରିଷ୍ଠ ନେତା ଦାମ ରାଉତ। ଏଥିସହିତ ସେ କହିଛନ୍ତି ଯେ, ବହିଷ୍କାର ଉଠାଇଦେଲେ ମୁଁ ବିଜେଡିରେ ରହିଛି।

ବରିଷ୍ଠ ନେତା ଦାମ ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ବିଜେପି ଟିକେଟରୁ ନିର୍ବାଚନ ଲଢ଼ି ହାରିଥିଲେ ଦାମ। ପରେ ଅକ୍ଟୋବର ୧୬ ୨୦୧୯ ରେ ବିଜେପିରୁ ଇସ୍ତଫା ଦେଇଥିଲେ ଦାମ ରାଉତ।