Odisha Link
Bridging the Missing Links in Odisha

ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ। ଝାରପଡା ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରଦୀପ ସେଠୀ। ଟଏଲେଟ ଭିତରେ ବେକରେ ତାର ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ଇନଭର୍ଟର ତାରକୁ ବେକରେ ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପ୍ରଦୀପ। ଟଏଲେଟ କବାଟ ଭାଙ୍ଗି ପ୍ରଦୀପଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ପ୍ରଦୀପଙ୍କୁ ଚିକିତ୍ସା ପାଇଁ କଟକ ଏସ.ସି.ବି ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କୁ ମାନସିକ ରୋଗ ବିଭାଗକୁ ପଠାଯାଇଥିବା ସୂଚନା ମିଳିଛି। ଏଥରକୁ ମିଶାଇ ୩ ଥର ଆତ୍ମହତ୍ୟା ଉଦ୍ୟମ କଲେଣି ପ୍ରଦୀପ ସେଠୀ।

Comments are closed.