ସିଏଏ: ମୁହାଁମୁହିଁ ହେଲେ ବଲିଉଡର ଦୁଇ ଭେଟେରାନ କଳାକାର

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଲିଉଡରେ ଝଡ଼। ବଲିଉଡର ଦୁଇ ଭେଟରାନ କଳାକାର ନଶିରୁଦ୍ଧିନ ଶାହା ଓ ଅନୁପମ ଖେର ହୋଇଛନ୍ତି ମୁହାଁମୁହିଁ। ଦୁଇ ଅଭିନେତାଙ୍କ ପରସ୍ପର ବିରୋଧରେ ବିଷୋଦଗାର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଅତି ନିମ୍ନସ୍ତରକୁ ଯାଇ ଜଣେ ଜୋକର ବୋଲି କହିଥିବା ବେଳେ ଅନ୍ୟଜଣେ ନିଶାଖୋର ବୋଲି କହିବାକୁ ପଛେଇ ନାହାନ୍ତି।
ସେପଟେ ନାଗରିକତା ସଂଶୋଧନ ଆଇନକୁ ନେଇ ଦୁଇ କଳାକାରଙ୍କ ଭିତରେ ଆରମ୍ଭ ହୋଇଛି ବୟାନବାଜି। ମୋଦି ସରକାରଙ୍କ ଜଣେ ପ୍ରଶଂସକ ଭାବେ ଜଣାଶୁଣା ଅନୁପମ ଖେର ସିଏଏକୁ ସମର୍ଥନ କରିଆସୁଛନ୍ତି । ସେଇଥିପାଇଁ ତାଙ୍କୁ ଜଣେ ଜୋକୋର ବୋଲି ସମ୍ବୋଧନ କରିିଥିଲେ ନଶିରୁଦ୍ଧିନ ଶାହା। ଆଉ ଟ୍ୱିଟ୍ କରି ଅତି କଠୋର ଶବ୍ଦରେ ଏହାର ଜବାବ ଦେଇଛନ୍ତି ଅନୁପମ ଖେର। ପ୍ରାୟ ୨ ମିନିଟର ଏକ ଭିଡିଓ ପୋଷ୍ଟ କରି ଅନୁପମ ଖେର ନଶିରୁଦ୍ଦିନଙ୍କୁ ନିଶାଖୋର ବୋଲି କହିଛନ୍ତି।
जनाब नसीरुदिन शाह साब के लिए मेरा प्यार भरा पैग़ाम!!! वो मुझसे बड़े है। उम्र में भी और तजुर्बे में भी। मै हमेशा से उनकी कला की इज़्ज़त करता आया हूँ और करता रहूँगा। पर कभी कभी कुछ बातों का दो टूक जवाब देना बहुत ज़रूरी होता। ये है मेरा जवाब। 🙏 pic.twitter.com/M4vb8RjGjj
— Anupam Kher (@AnupamPKher) January 22, 2020
ସେ ଟୁଇଟରରେ ଲେଖିଛନ୍ତି ଯେ, ମହାଶୟ ନଶିରୁଦ୍ଧିନ ଶାହାଙ୍କୁ ମୋର ପ୍ରଣାମ। ବୟସରେ ମୋଠୁ ବୟସରେ ବଡ଼। ମୁଁ ସର୍ବଦା ତାଙ୍କ ଅଭିନୟକୁ ସମ୍ମାନ ଦେଇ ଆସିଛି ଅଗାକୁ ମଧ୍ୟ ଦେବି। ହେଲେ କିଛି କଥାର ଉତ୍ତର ଦେବା ମଧ୍ୟ ନିହାତି ଦରକାର।