Odisha Link
Bridging the Missing Links in Odisha

ରାଜନୀତିରେ ପାଦ ଥାପିଲେ ରାଜ ଠାକରେଙ୍କ ପୁଅ, ବଦଳିଲା ଦଳର ପତାକା ଓ ସ୍ଲୋଗାନ

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରମୁଖ ରାଜ ଠାକରେ ଆଜି ମୁମ୍ବାଇରେ ଆୟୋଜିତ ମହାଅଧିବେଶନରେ ଦଳର ନୂଆ ନାରଙ୍ଗୀ ରଙ୍ଗର ପତାକା ଉନ୍ମୋଚନ କଲେ। ଯାହାର ଫଟୋ ୨ଦିନ ପୂର୍ବରୁ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିସହିତ ଆଜି ରାଜନୀତିରେ ପାଦ ଥାପିଲେ ରାଜ ଠାକରେଙ୍କ ପୁଅ ଅମିତ ଠାକରେ।

ଏମଏନଏସର ଏବେ ନୂଆ ପତାକା ହେଉଛି ନାରଙ୍ଗୀ ରଙ୍ଗର ଯେଉଁଥିରେକି ଶିବାଜୀ ମହାରାଜଙ୍କ ଶାସନ କାଳର ଏକ ମୁଦ୍ରା ମୁଦ୍ରଣ ହୋଇଛି। ଏଥିସହିତ ପତାକାରେ ସଂସ୍କୃତ ଭାଷାରେ ଶ୍ଲୋକ ଲେଖା ଯାଇଛି ପ୍ରତିପଚ୍ଚନ୍ଦ୍ରଲେଖଓ୍ବ ବର୍ଦ୍ଧିଷ୍ଣୁବିଶ୍ବବନ୍ଦିତା, ଶାହସୁନୋଃ ଶିବସୈୟାଷା ମୁଦ୍ରା ଭଦ୍ରାୟ ରାଜତେ।

ଦଳୀୟ ପତାକାର ଉନ୍ମୋଚନ ଅବସରରେ ରାଜ ଠାକରେ ନିଜ ଦାଦା ବାଲ ସାହେବ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଜି ହେଉଛି ବାଲ ସାହେବ ଠାକରେଙ୍କ ୯୪ତମ ଜନ୍ମ ଜୟନ୍ତୀ।

Comments are closed.