Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ଫୋନ ଟ୍ୟାପିଂ ରାଜନୀତି, ଫଡ଼ନାଭିସ କହିଲେ ମହାରାଷ୍ଟ୍ରବାସୀ ସତ….

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମୟରେ ବର୍ତ୍ତମାନର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଫୋନ ଟ୍ୟାପିଂ ହୋଇଥିବା ନେଇ ସନ୍ଦେହ କରିଛନ୍ତି ମହାରାଷ୍ଟ୍ର ସରକାର। ଫୋନ ଟ୍ୟାପିଂ ଅଭିଯୋଗ ଆସିବା ପରେ ଶାସକ ଶିବସେନା-ଏନସିପି-କଂଗ୍ରେସ ସହ ବିଜେପିର ବାକଯୁଦ୍ଧ ଆରମ୍ଭ ହୋଇଛି। ଏପରିକି ବିଜେପି ଫୋନ ଟ୍ୟାପିଂ କରୁଥିଲା ବୋଲି ଅଭିଯୋଗ ହୋଇଛି।

ଏହି ଅଭିଯୋଗକୁ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଫୋନ ଟ୍ୟାପିଂ ମହାରାଷ୍ଟ୍ର ରାଜନୀତିକ ସଂସ୍କୃତିର ପରମ୍ପରା ନୁହେଁ। ଏଥିସହିତ ସେ କହିଛନ୍ତି ଯେ, ଯେଉଁମାନେ ଅଭିଯୋଗ ଆଣିଛନ୍ତି, ସେମାନେ ଭଲ ଭାବେ ଜାଣିଛନ୍ତି ଯେ ସେମାନେ କେତେ ବିଶ୍ୱାସୀ। ତଥାପି ଯଦି ଏବେକାର ସରକାର ଘଟଣାର ତଦନ୍ତ କରିବାକୁ ଚାହୁଁଛନ୍ତି, ତା’ହେଲେ ସେ ଏହାକୁ ବେଶ ମୁକ୍ତ ଭାବେ କରିପାରିବେ। ମହାରାଷ୍ଟ୍ରବାସୀ ସତ କ’ ଣ ଭଲ ଭାବେ ଜାଣିଛନ୍ତି। ଗୃହ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଶିବସେନାର ସଦସ୍ୟ ରହିଥିଲେ। ମୁଁ ଏତିକି କହିବାକୁ ଚାହେଁ ଯେ ସେମାନେ ତୁରନ୍ତ ଏହାର ତଦନ୍ତ କରନ୍ତୁ ଓ ରିପୋର୍ଟକୁ ସାର୍ବଜନୀନ କରନ୍ତୁ। ଯଦି ଦରକାର ପଡ଼ିବ ସେମାନେ ଇସ୍ରାଏଲ ଯାଇପାରିବେ ଓ ତଦନ୍ତ ମଧ୍ୟ କରିପାରିବେ।”

ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ଅଭିଯୋଗ କରିଥିଲେ ଯେ ଏନସିପି ମୁଖ୍ୟ ଶରଦ ପାୱାର, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ସାଂସଦ ସଞ୍ଜୟ ରାଉତଙ୍କ ଫୋନକୁ ପୂର୍ବରୁ ଏଠାରେ କ୍ଷମତାରେ ଥିବା ବିଜେପି ସରକାର ଟ୍ୟାପ କରୁଥିଲେ। କ୍ଷମତାରେ ଥିବା ବିଜେପି ସରକାରୀ କଳର ଅପବ୍ୟବହାର କରୁଥିଲା ଓ ଏବେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ମୁମ୍ବାଇ ପୁଲିସ୍‌ର ସାଇବର ସେଲ ଏବେ ଏହାର ଛାନଭିନ କରୁଛି। ତେଣୁ ସତ ଖୁବଶୀଘ୍ର ସାମ୍ନାକୁ ଆସିବ।

Comments are closed.