Odisha Link
Bridging the Missing Links in Odisha

ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତି ପାଇଲେ ଓଡ଼ିଆ ସେନାଧିକାରୀ

ଭୁବନେଶ୍ବର: ଜାତୀୟସ୍ତରରେ ପୁଣିଥରେ ଓଡ଼ିଆଙ୍କୁ ଗୁରୁଦାୟିତ୍ବ। ଓଡ଼ିଆ ସେନାଧିକାରୀଙ୍କୁ ମିଳିଲା ବଡ଼ ପଦବୀ। ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତି ସଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ୍ ଏସ୍.କେ ସାଇନିଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ। ଏଥିସହ ଗତକାଲି ସଦର୍ଣ୍ଣ ସହ ନୂଆ ନଦର୍ଣ୍ଣ ଆର୍ମି କମାଣ୍ଡରଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି ସରକାର। ଲେଫ୍ଟନାଣ୍ଟ ଜେନେରାଲ୍ ଓ୍ୱାଇ.କେ ଯୋଶୀ ନଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ନିଯୁକ୍ତ ହୋଇଛନ୍ତି।

ପାକିସ୍ତାନ ଓ ଚୀନ ସୀମାରେ ଅପରେସନ୍ ସହିତ ଆସାମ୍‌ରେ ଅନୁପ୍ରବେଶ ବିରୋଧୀ ମୁକାବିଲାରେ ଲେଫ୍ଟନାଣ୍ଟ ଜେନେରାଲ୍ ସି.ପି. ମହାନ୍ତିଙ୍କ ଅଭିଜ୍ଞତା ରହିଛି। ଭାରତୀୟ ସେନାର କମାଣ୍ଡର ଭାବେ ଦାୟିତ୍ୱ ସମ୍ଭାଳିବାରେ ଦ୍ୱିତୀୟ ଓଡ଼ିଆ ହେଉଛନ୍ତି ସି. ପି. ମହାନ୍ତି। ପୂର୍ବରୁ ଲେଫ୍ଟନାଣ୍ଟ କଲୋନେଲ୍ ଜେ. କେ. ମହାନ୍ତି ମଧ୍ୟ କମାଣ୍ଡର ହୋଇଥିଲେ।

କାର୍ଗିଲ ଯୁଦ୍ଧରେ ଚୌଧୁରୀଙ୍କ ବାଟାଲିଅନ ପଏଣ୍ଟ ୪୮୭୫ ସହ ୪ଟି ଆକ୍ରମଣରେ ସଫଳତା ପାଇଥିଲା। ଏଥିଲାଗି ତାଙ୍କୁ ପରମ ବୀର ଚକ୍ରରେ ସମ୍ମାନିତ କରାଯାଇଛି କାର୍ଗିଲ ଯୁଦ୍ଧକୁ ନେଇ ନିର୍ମିତ ହିନ୍ଦୀ ଫିଲ୍ମ ଏଲ୍ଓସି କାର୍ଗିଲରେ ଚୋଧୁରୀଙ୍କ ଭୂମିକାରେ ସଞ୍ଜୟ ଦତ୍ତ ଅଭିନୟ କରିଛନ୍ତି।

Comments are closed.