Odisha Link
Bridging the Missing Links in Odisha

ଆଜି ଜାତୀୟ କନ୍ୟାରତ୍ନ ଦିବସ

ଭୁବନେଶ୍ୱର : ଆଜି ଜାତୀୟ କନ୍ୟାରତ୍ନ ଦିବସ। ସମାଜରେ ଝିଅମାନଙ୍କୁ ପୁଅଙ୍କ ଭଳି ସମାନ ସୁବିଧା ସୁଯୋଗ ଦେବା ନିମନ୍ତେ ପାଳନ କରାଯାଉଛି କନ୍ୟାରତ୍ନ ଦିବସ। କନ୍ୟାମାନଙ୍କ ପ୍ରତି ଥିବା ଅସୂୟ ଭାବ ଓ ଅସମାନତା ବିରୋଧରେ ସଚେତନ ସୃଷ୍ଟି କରିବା ଏହାର ଲକ୍ଷ୍ୟ। ୨୦୦୮ ମସିହାରୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପାଳନ ହୋଇଆସୁଛି ଜାତୀୟ କନ୍ୟାରତ୍ନ ଦିବସ।

ବେଟି ବଚାଓ, ବେଟି ପଢାଓ, ସେଭ ଦି ଗାର୍ଲ ଓ କନ୍ୟାରତ୍ନ ପରି ଅନେକ ଅଭିଯାନ ସତ୍ୱେ ସମାଜରେ କନ୍ୟାସନ୍ତାନ ଅଲୋଡ଼ା ହୋଇରହିଛନ୍ତି। ସମାଜରେ ପ୍ରତିଟି କ୍ଷେତ୍ରରେ ଝିଅମାନଙ୍କ ପ୍ରତି ଅବହେଳା ହୋଇ ଆସିଛି। ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ସବୁ କ୍ଷେତ୍ରରେ ପକ୍ଷପାତିତା ହେବା ସହ ଖୁବ୍ କମ୍ ବୟସରେ ସେମାନଙ୍କୁ ବାହାଘର ମଧ୍ୟ କରିଦିଆଯାଉଛି। ଜାତୀୟ ସ୍ତରରେ ଝିଅମାନଙ୍କୁ ସମାନତାର ଅଧିକାର ଦେବା ପାଇଁ ପାଳନ କରାଯାଉଛି ଜାତୀୟ କନ୍ୟାରତ୍ନ ଦିବସ। ଏହା ମାଧ୍ୟମରେ ଭାରତୀୟ ସମାଜରେ ପ୍ରତ୍ୟେକଟି କନ୍ୟା ଯେଭଳି ଯଥାର୍ଥ୍ୟ ସମ୍ମାନ ଓ ମୂଲ୍ୟ ପାଇପାରିବେ ତାହା ପ୍ରତିଟି ପରିବାରର କର୍ତ୍ତବ୍ୟ ହେବା ଉଚିତ ବୋଲି ସଚେତନତା ସୃଷ୍ଟି କରାଯାଉଛି।

Comments are closed.