Odisha Link
Bridging the Missing Links in Odisha

ଦିଲ୍ଲୀରେ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଦିଲ୍ଲୀରେ ହାଇ ଆଲର୍ଟ ଜାରି। ଏବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି ରାଜଧାନୀ ଦିଲ୍ଲୀ। ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲ‌ୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ସମ୍ବେଦନଶୀଳ ସ୍ଥାନରେ ହଜାର ହଜାର ସୁରକ୍ଷାକର୍ମୀ ଓ ସହ ସିସିଟିଭି କ୍ୟାମେରା ଲଗାଯାଇଛି। ସ୍ବାଟ୍‌ ଟିମ୍‌ ଏବଂ ଅର୍ଦ୍ଧସାମରିକ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି। ସାଧାରଣତନ୍ତ୍ର ଦିବସରେ ସମୁଦାୟ ୪୮ କମ୍ପାନି ଅର୍ଦ୍ଧସାମରିକ ବଳ, ୧୭,୦୦୦ ଦିଲ୍ଲୀ ପୁଲିସ ସଦସ୍ୟ, ୨୭୦୦ ଦିଲ୍ଲୀ ପୁଲିସ ସାଧା ପୋଷାକରେ ମୁତୟନ ହୋଇଛନ୍ତି। ପରେଡ୍‌ ରୁଟ୍‌ରେ ସମୁଦାୟ ୫୦୦ ଏକ୍ସ‌େରେ ମେସିନ୍‌ ଏବଂ ୧,୦୦୦ ସିସିଟିଭି କ୍ୟାମେରା ଲଗାଯାଇଛି। କିଛି ସ୍ଥାନରେ ଚେହେରା ଚିହ୍ନଟ ସଫ୍ଟୱେୟାର ଥିବା ୧୦୦ରୁ ଅଧିକ କ୍ୟାମେରା ଲାଗିଛି। ୧୦୦ରୁ ଅଧିକ ମୋବାଇଲ ପୁଲିସ କଣ୍ଟ୍ରୋଲ ରୁମ୍‌ ପ୍ରତିଷ୍ଠା କରାଯାଇଛି ଏବଂ ୧୦ଟି ସିସିଟିଭି କଣ୍ଟ୍ରୋ‌ଲ ରୁମ୍‌ ନିର୍ମାଣ ହୋଇଛି।

ଆସନ୍ତାକାଲିଠାରୁ ଦିଲ୍ଲୀ‌ରେ ୨,୦୦୦ ଅତିରିକ୍ତ ଟ୍ରାଫିକ୍‌ ପୁଲିସ ମୁତୟନ ‌ହେବେ। ୫୦୦ ସୁଉଚ୍ଚ କୋଠାରେ ସାର୍ପସୁଟର ମୁତୟନ ‌ହେବେ। ରାଜପଥ ସହ ରାଷ୍ଟ୍ରପତି ଭବନ ବାହାରେ ବି ସୁରକ୍ଷା‌ କଡ଼ାକଡ଼ି କରାଯାଇଛି। ସିଏଏ ଏବଂ ଏନ୍‌ଆରସିକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବାରୁ ଅଧକାରୀମାନେ ସାଧାରଣତନ୍ତ୍ର ଦିବସ ଉତ୍ସବ ସମୟରେ କଳା ଟୋପି ପିନ୍ଧିବା ଉପରେ କଟକଣା ଲଗାଇଛନ୍ତି। ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ପୁଲିସକୁ କଡ଼ା ସ‌ଚେତନତା ଅବଲମ୍ବନ କରିବାକୁ କୁହାଯାଇଛି।

Comments are closed.