Odisha Link
Bridging the Missing Links in Odisha

ନିର୍ଭୟା ମାମଲା: ସୁପ୍ରିମକୋର୍ଟ ଗଲା ଦୋଷୀ ମୁକେଶ

ନୂଆଦିଲ୍ଲୀ: ଆସନ୍ତା ୧ରେ ଫାଶୀ ପାଇବେ ନିର୍ଭୟା ମାମଲାର ୪ ଦୋଷୀ। ହେଲେ ଏହା ପୂର୍ବରୁ ପୁଣିଥରେ ଦେଖିବାକୁ ମିଳିଛି ନୂଆ ଟୁଇଷ୍ଟ। କାରଣ ଆଜି ନିର୍ଭୟା ମାମଲାର ଦୋଷୀ ମୁକେଶ ଶନିବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ରାଷ୍ଟ୍ରପତି ତା’ର ରାଜକ୍ଷମା ଆବେଦନ ଖାରଜ କରିଦେଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ତେବେ ଫାଶୀକୁ ବିଳମ୍ବିତ କରିବା ଲାଗି ଏହା ମୁକେଶର ଏକ ଚାଲ୍‌ ବୋଲି କୁହାଯାଉଛି।

ଆସନ୍ତା ଫେବୃୟାରୀ ୧ ତାରିଖରେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ପ୍ରଥମେ ଜାନୁୟାରୀ ୨୨ରେ ଧାର୍ଯ୍ୟ ହୋଇଥିବା ଫାଶୀ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବାବେଳେ ଏବେ ପୁଣି ଥରେ ଏହାକୁ ବିଳମ୍ବିତ କରିବା ଲାଗି ଦୋଷୀମାନେ ଗୋଟିଏ ପରେ ଗୋଟିଏ ନୂଆ ଚାଲ୍‌ ଆପଣାଉଛନ୍ତି। ପ୍ରଥମେ ୩ ଦୋଷୀ ବିନୟ, ପୱନ ଏବଂ ଅକ୍ଷୟର ଓକିଲ ସଂଶୋଧକ ଏବଂ ରାଜକ୍ଷମା ଆବେଦନ ପାଇଁ ଜେଲ୍‌ ପ୍ରଶାସନ ଆବଶ୍ୟକ କାଗଜପତ୍ର ଦେଉ ନ ଥିବା ଅଭିଯୋଗ କରି ପଟିୟାଲା କୋର୍ଟରେ ପିଟିଶନ କରିଥିଲେ। କିନ୍ତୁ ଶନିବାର ଏହା ମିଥ୍ୟା ପ୍ରମାଣିତ ହେବାରୁ କୋର୍ଟ ତାହାକୁ ଖାରଜ କରିଦେବା ପରେ ୪ର୍ଥ ଦୋଷୀ ମୁକେଶ ନୂଆ କୌଶଳର ସାହାରା ନେଇଛି। ରାଷ୍ଟ୍ରପତି ତା’ର ରାଜକ୍ଷମା ପିଟିଶନ ନାକଚ କରିଦେଇଥିବାରୁ ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି।

Comments are closed.