Odisha Link
Bridging the Missing Links in Odisha

ମୋଦି ସରକାରଙ୍କୁ ଫାଶୀବାଦୀ ସରକାର କହିଲେ ଇମ୍ରାନ

ଇସଲାମାବାଦ: କଶ୍ମୀର ପ୍ରସଙ୍ଗରେ ନୂଆ ଚାଲ ଆରମ୍ଭ କଲା ପାକିସ୍ତାନ। ଜାତିସଂଘରୁ କଶ୍ମୀର ପ୍ରସଙ୍ଗରେ ନିରାଶ ହୋଇଥିବା ପାକିସ୍ତାନ ଆରମ୍ଭ କରି ନୂଆ ଚାଲ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୬ ମାସ ପରେ ପୁଣି ଥରେ କଶ୍ମୀରବାସୀଙ୍କ ପାଇଁ ଏକଜୁଟ ହେବା ପାଇଁ ପାକିସ୍ତାନବାସୀକୁ ଆହ୍ୱାନ କରିଛନ୍ତି। ଏ ନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଏଥିସହିତ ଇମ୍ରାନ୍ ଖାନ୍ ମୋଦି ସରକାରକୁ ଫାଶୀବାଦୀ ସରକାର ବୋଲି କହିଛନ୍ତି। କଶ୍ମୀରବାସୀ ଭାରତୀୟ ସେନା ଦ୍ୱାର ବନ୍ଦୀ ହୋଇ ୬ ମାସ ହେବ ରହିଛନ୍ତି। କଶ୍ମୀର ଲୋକଙ୍କ ପାଇଁ ପାକିସ୍ତାନ ଏବଂ ପାକିସ୍ତାନ ବାହାରେ ଥିବା ଲୋକଙ୍କୁ ଆହ୍ୱାନ କରି ଫେବୃଆରୀ ୫ରେ ଏକାଠି ହେବାକୁ ଇମ୍ରାନ୍ ଆହ୍ୱାନ କରିଛନ୍ତି। ଏହା ପୂର୍ବରୁ ମଧ୍ୟ କଶ୍ମୀରକୁ ପ୍ରସଙ୍ଗ କରି ପାକିସ୍ତାନରେ ଅନେକ ଥର ରାଲି କରିସାରିଛନ୍ତି।

Comments are closed.