Odisha Link
Bridging the Missing Links in Odisha

ପାଟନା କଲେଜରେ ବୁର୍ଖା ମନା

ପାଟନା: ପାଟନାର ଜେ. ଡି. ମହିଳା ମହାବିଦ୍ୟାଳୟରେ ପ୍ରଣୟନହୋଇଥିବା ଡ୍ରେସ୍‌କୋଡ୍‌ ଯୋଗୁଁ ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରୀମାନେ ଆଉ କଲେଜ ପରିସରରେ ବୁର୍ଖା ପରିଧାନ କରିପାରିବେ ନାହିଁ।ବୁର୍ଖା ପରିଧାନ ଉପରେ ନିଷେଧାଦେଶ କରାଯାଇଛି। କଲେଜର ପ୍ରୋକ୍ଟର୍‌ ଏବଂ ପ୍ରିନ୍‌ସିପାଲ୍‌ଙ୍କ ଦସ୍ତଖତ ଥିବା ଏକ ନୋଟିସ୍‌ରେ କୁହାଯାଇଛି ଯେ ଛାତ୍ରୀମାନେ ନୂଆ ଡ୍ରେସ୍‌କୋଡ୍‌ ଅନୁସାରେ ପୋଷାକ ପରିଧାନ କରିବେ। ଏହାକୁ ଉଲ୍ଲଂଘନ କରେ ୨୫୦ ଟଙ୍କା ଜରିମାନା ପଡ଼ିବ ବୋଲି କଲେଜ ପ୍ରଶାସନ କହିଛନ୍ତି। ଲାଗୁ ହୋଇଥିବା ଡ୍ରେସ୍‌କୋଡ୍‌ ବିଷୟରେ ଉକ୍ତ ନୋଟିସ୍‌ରେ ସବିଶେଷ ବିବରଣୀ ଦିଆଯାଇ ନାହିଁ।

ନୋଟିସ୍‌ରେ ଉଲ୍ଲେଖ ଅଛି ଯେ, ଶନିବାର ଦିନକୁ ବାଦ ଦେଇ, ପ୍ରତିଦିନ ନିର୍ଦ୍ଧାରିତ ଡ୍ରେସ୍‌କୋଡ୍‌ ଅନୁସାରେ, ପୋଷାକ ପରିଧାନ କରି ସମସ୍ତ ଛାତ୍ରୀ କଲେଜ ଆସିବେ। କଲେଜରେ ବୁର୍ଖା ପିନ୍ଧିବା ବାରଣ କରାଯାଇଛି। ଉଲ୍ଲଂଘନ କଲେ ୨୫୦ ଟଙ୍କା ଜରିମାନା ପଡ଼ିବ। ଏହି ନିଷେଧାଦେଶକୁ ବିରୋଧ କରି ଆଜି ଛାତ୍ରୀମାନେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।

Comments are closed.