Odisha Link
Bridging the Missing Links in Odisha

ଟଙ୍କା ବଞ୍ଚାଇବା ପାଇଁ ଏପରି କାମ କରୁଥିଲେ ସଲୁ , ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ମୁମ୍ବାଇ : ବଲିଉଡର କିଙ୍ଗ ଖାଁ ତଥା ସଲମାନ ଖାଁ ଅନେକ ଦମଦାର ସିନେମା ଦେଇଛନ୍ତି । ତାଙ୍କ ଅଭିନୟର ଯାଦୁ ସମସ୍ତଙ୍କ ମନରେ କିଣି ନେଇଛି । ସଲମାନଙ୍କ ଅଭିନୀତ ସିନେମା ଦବଙ୍ଗ୩ ଚଳିତ ବର୍ଷ ରିଲିଜ ହୋଇଥିଲା ଓ ଏହା ହିଟ ହୋଇଛି । ତେବେ ସଲୁ ‘ଉମଙ୍ଗ ୨୦୨୦’ କାର୍ଯ୍ୟକ୍ରମରେ ଯୋଗ ଦେଇ ଜୀବନର ଏକ ବଡ଼ ସତକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି।

ଟଙ୍କା ବଞ୍ଚାଇବା ପାଇଁ ସେ କିଭଳି ଗାଡ଼ି ଚଳାଉଥିଲେ ସେ ବିଷୟରେ ଜଣାଇବା ସହ ଏବେ ବି ସେ ଜଣେ ସାଇକେଲ ମେକାନିକଙ୍କର ୧.୨୫ ଟଙ୍କା ବାକି ରଖିଥିବା କଥା କହିଥିଲେ, ଯାହା ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ସେ କହିଥିଲେ କି, ‘ଛୋଟ ବେଳେ ଯେଉଁ ସାଇକେଲ ମେକାନିକଙ୍କ ପାଖରେ ମୁଁ ସାଇକେଲ ଠିକ୍ କରାଇଥିଲି, ତାଙ୍କ ଉପରେ ମୋର ୧.୨୫ଟଙ୍କା ବାକି ଥିଲା। ଯାହାକୁ ମୁଁ ଏ ପର୍ଯ୍ୟନ୍ତ ଦେଇ ନାହିଁ। ସେ ମଧ୍ୟ ଜାଣି ନାହାନ୍ତି କି, ମୁଁ ଏବେ ବଲିଉଡର ଜଣେ କଳାକାର। ଏମିତି କି ବଡ଼ ହେବା ପରେ, ଟଙ୍କା ବଞ୍ଚାଇବା ପାଇଁ ମୁଁ ମୋ ସ୍କୁଟରରେ ଅଧା କିରୋସିନ୍ ଓ ଅଧା ପେଟ୍ରୋଲ ପକାଇ ଚଳାଉଥିଲି।’

Comments are closed.