Odisha Link
Bridging the Missing Links in Odisha

କରୋନା ପାଇଁ ଆମେ ପ୍ରସ୍ତୁତ: ସଚିବ

ଭୁବନେଶ୍ବର: ଘାତକ କରୋନା ଭାଇରସକୁ ନେଇ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ଏକ ପ୍ରସମିଟ୍‌ କରିଛନ୍ତି। କରୋନା ଏଯାଏ ବିଶ୍ବ ସମସ୍ୟା ଭାବେ ଘୋଷଣା ହୋଇନି। ତଥାପି ଚୀନରେ ୮୦ ମୃତ୍ୟୁ ଘଟିବାରୁ ଚିନ୍ତା ବଢ଼ିଛି। ଏଥିପାଇଁ ଓଡ଼ିଶାରେ ଆମେ ବିଶେଷ ସଜାଗ ରହିଛୁ। ମାଲେସଆରେ ୩ଟି ଏବଂ ନେପାଳରେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ମାଲେସିଆ ସହ ଆମର ସିଧାସଳଖ ବିମାନ ଥିବାରୁ ଆମେ ସତର୍କ ରହିଛୁ। ଯେଉଁ ୧୯ଟି ଏୟାରପୋର୍ଟକୁ ଆଲର୍ଟ ହୋଇଛି ସେଥିରେ ଭୁବନେଶ୍ବର ନାହିଁ। କିନ୍ତୁ ମାଲେସିଆ ସହ ଆମର ସିଧା ବିମାନ ଥିବାରୁ ଆମେ ସ୍କିନିଂ କରୁଛୁ। ଏଥିପାଇଁ ଏସସିବି, ବିର୍ଲା, କ୍ୟାପିଟାଲ ଓ ଝାରସୁଗୁଡ଼ା ମେଡିକାଲରେ ବ୍ୟବସ୍ଥା ହୋଇଛି। କରୋନାକୁ ନେଇ ଆତଙ୍କିତ ହୁ୍ଅନ୍ତୁ ନାହିଁ। ଆମେ ପ୍ରସ୍ତୁତୁ ଅଛୁ ବୋଲି କହିଛନ୍ତି ସଚିବ ଶ୍ରୀ ଧଳ।

Comments are closed.