Odisha Link
Bridging the Missing Links in Odisha

ବରିଷ୍ଠ ଜେଡିଏସ ନେତା ଅମରନାଥ ଶେଟ୍ଟୀଙ୍କ ପରଲୋକ

ମଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସର ବରିଷ୍ଠ ନେତା ଅମରନାଥ ଶେଟ୍ଟୀଙ୍କ ପରଲୋକ। ଆଜି ସକାଳେ ମଙ୍ଗାଲୁରୁର ଏଜେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୮୦ ବର୍ଷ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। କିଛି ଦିନ ପୂର୍ବରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅମରନାଥ ଶେଟ୍ଟୀ ଜଣେ ସଚ୍ଚୋଟ ଏବଂ ସଭ୍ୟ ରାଜନୀତିଜ୍ଞ ପରିଚିତ ଥିଲେ। ସେ ରାଜନୀତି ସହ ତୃଣମୂଳ ସ୍ତରରୁ ଯୋଡି ହୋଇଥିଲେ। ୧୯୬୫ରେ କରକରା ତାଲୁକର ପଲାଡକା ଗ୍ରାମ ପଞ୍ଚାୟତର ସଭାପତି ଭାବେ ଚୟନ ହୋଇଥିଲେ। ଏହା ପରେ ସେ ମୁଦାବିଦରି ଟିଏମସିର ଅଧ୍ୟକ୍ଷ ହୋଇଥିଲେ। ମୁଦାବିରା ବିଧାନସଭାରୁ ସେ ତିନି ବିଧାୟକ ହୋଇଥିଲେ। ଏହା ସହ ଜେଡିଏସ ଶାସନ କାଳ ସମୟରେ ସେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଥିଲେ।

Comments are closed.