Odisha Link
Bridging the Missing Links in Odisha

ଆଜି ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ବର: ଜାନୁୟାରୀ ୩୧ରେ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ଆଜି ବିଜେଡି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ସଂସଦ ଅଧିବେଶନ ପାଇଁ ନିଜର ରଣନୀତିକୁ ବିଜେଡି ଚୂଡ଼ାନ୍ତ ରୂପ ଦେବ।

ଆଜି ବୈଠକରେ ଉପସ୍ଥିତ ରହିବା ପାଇଁ ଦଳର ସମସ୍ତ ସାଂସଦମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଜେଡିର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଏହି ବୈଠକରେ ସାମିଲ ହେବେ। ଜାନୁୟାରୀ ୩୧ତାରିଖରେ ଆରମ୍ଭ ହେବାକୁ ଯାଉଥିବା ସଂସଦର ବଜେଟ୍ ଅଧିବେଶନରେ ବିଜେଡି କିଭଳି ଆଭିମୁଖ୍ୟ ପୋଷଣ କରିବ ସେ ନେଇ ଆଲୋଚନା ହେବା ସହ ମୁଖ୍ୟତଃ ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଦଳ ଗୁରୁତ୍ୱ ଦେବ ବୋଲି ଜଣାପଡ଼ିଛି।

Comments are closed.