Odisha Link
Bridging the Missing Links in Odisha

‘କରୋନା’ ଭାଇରସ୍‌: ଚୀନରେ ୧୦୬ ଜଣ ମୃତ, ମହାରାଷ୍ଟ୍ରରେ ୪ ଭାଇରସ୍ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତୀ

ମୁମ୍ବାଇ: ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି ‘କରୋନା’ ଭାଇରସ୍‌। ଚୀନର ଜାତୀୟ ସ୍ବାସ୍ଥ୍ୟ କମିଶନ ସୂଚନା ଦେଇଛନ୍ତି ଯେ, ଏହି ଭାଇରସ୍‌ ଆକ୍ରାନ୍ତ ହେବା ଫଳରେ ବର୍ତ୍ତମାନ ସୁଦ୍ଧା ୧୦୬ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଅନ୍ୟପଟେ ଏହି ଭାଇରସରେ ୨୭୪୪ ଜଣ ଲୋକଙ୍କ ‘କରୋନା’ ଭାଇରସ୍‌ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଏହାରି ମଧ୍ୟରୁ ୪୬୧ ଜଣ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ସଂଙ୍କଟାପନ୍ନ । କମିଶନ ରିପୋର୍ଟ ଅନୁଯାୟୀ ୨୪ ଘଣ୍ଟାରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି।

କରୋନା ଭାଇରସ୍‌ ଚୀନ ପରେ ଏବେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଭାରତରେ ମଧ୍ୟ ଏହି କରୋନା ଭାଇରସ ଭୟ ଦେଖିବାକୁ ମିଳିଛି। ଏହାର ମୁକାବିଲା ଲାଗି ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଇତିମଧ୍ୟରେ ମହାରାଷ୍ଟ୍ରରେ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ସନ୍ଦିଗ୍ଧଙ୍କୁ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ପୁନେସ୍ଥିତ ନାଇଡୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀଙ୍କୁ ଯାଞ୍ଚ କଡାକଡି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୧୦୦ରୁ ଅଧିକ ଲୋକ ଏଡି ଭାଇରସ୍‌ ପାଇଁ ଅବଜରଭେସନ୍‌ରେ ଅଛନ୍ତି।

Comments are closed.