Odisha Link
Bridging the Missing Links in Odisha

ବାର୍ଡ ଫ୍ଲୁ: ଆଜିଠୁ କୁକୁଡା ମରା ଅଭିଯାନ, ଗଠନ ହେଲା ୧୨ଟି ଟିମ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବାର୍ଡ ଫ୍ଲୁ ଆତଙ୍କ। ଏଥିପାଇଁ ଆଜିଠୁ ଆରମ୍ଭ ହେବ କୁକୁଡା ମରା ଅଭିଯାନ। ବାର୍ଡ ଫ୍ଲୁର କେନ୍ଦ୍ରସ୍ଥଳ ଓୟୁଏଟି ଠାରୁ ୧ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଯାଏଁ କୁକୁଡା ମରା ଅଭିଯାନ ଚାଲୁ ରହିବ।

ତେବେ କୁକୁଡା ମରା ପାଇଁ ୧୨ଟି ଟିମ ଗଠନ ହୋଇଛି। ୭ଟି ଟିମ କୁକୁଡା ମାରିବ ଓ ୫ଟି ଟିମ ମରାଯାଇଥିବା କୁକୁଡାଙ୍କୁ ପୋତିବେ। ସେପଟେ ବାର୍ଡ ଫ୍ଲୁ ସମ୍ବନ୍ଧୀୟ ସୂଚନା ଜାଣିବା ପାଇଁ ଜାରି ହେଲା ଟୋଲ ଫ୍ରି ନମ୍ବର। ସୂଚାନ ତ୍ୱରାନ୍ୱିତ ପାଇଁ ନିୟନ୍ତ୍ରଣ କକ୍ଷ ରହିଛି। ଜିଲ୍ଲା ଓ ରାଜ୍ୟସ୍ତରରେ ନିୟନ୍ତ୍ରଣ କକ୍ଷ ଏଥିପାଇଁ କାର୍ଯ୍ୟ କରୁଛି। ତେବେ କଟକ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟର ଟେଲିଫୋନ ନମ୍ବର- ୦୬୭୧୨୪୧୪୩୧୦ ଏବଂ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ନିୟନ୍ତ୍ରଣ କକ୍ଷ ନମ୍ବର- ୦୬୭୪ ୨୫୪୦୪୨୫।

ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଓୟୁଏଟି ପକ୍ଷରୁ ସୂଚନା ଦିଆଯିବା ପରେ ଭୁବନେଶ୍ୱରରେ ଦେଖାଦେଇଛି ବାର୍ଡ ଫ୍ଲୁ ଆତଙ୍କ। ଓୟୁଏଟି ପାଥୋଲଜି ବିଭାଗର ମୁଖ୍ୟ ସୁଶେନ ପଣ୍ଡା ଏହି ସୂଚନା ଦେଇଛନ୍ତି। ଓୟୁଏଟି ଫାର୍ମରେ କୁକୁଡାଙ୍କର ଅସ୍ୱାଭାବିକ ମୃତ୍ୟୁ ହେଉଥିଲା। ଆଉ କୁକୁଡାଙ୍କ ନମୁନା ସଂଗ୍ରହ କରିବା ପରେ ଭୋପାଳ ପଠାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ ବାର୍ଡ ଫ୍ଲୁ ହୋଇଥିବା ଜଣାପଡିଥିଲା। ଆଉ ସଙ୍ଗେସଙ୍ଗେ ସେମାନଙ୍କୁ ମରାଯାଇଥିଲା ବୋଲି ସୂଚନା ରହିଛି।

Comments are closed.