Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପ୍‌ ପାଇଁ ଖେଳାଳିଙ୍କ ଚିହ୍ନଟ କରାଯାଇଛି: ବିକ୍ରମ ରାଠୋଡ

ହେମିଲଟନ: ଭାରତୀୟ ପୁରୁଷ କ୍ରିକେଟ ଦଳର ବ୍ୟାଟିଂ କୋଚ ବିକ୍ରମ ରାଠୋଡ ଟି-୨୦ ବିଶ୍ବକପକୁ ନେଇ ନିଜ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଟିମ୍‌ ଇଣ୍ଡିଆରେ ଖେଳୁଥିବା ଯୁବ ଖେଳାଳ ମାନେ ଅବିଶ୍ବସନୀୟ ଖେଳ ପ୍ରଦର୍ଶନ କରୁଛନ୍ତି। ଏଥିସହ ସେ କହିଛନ୍ତି ଯେ, ଅକ୍ଟୋବର-ନଭେମ୍ବର ମାସରେ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ପାଇଁ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ଗୁରୁତ୍ବପୂର୍ଣ୍ଣ ଖେଳାଳିଙ୍କୁ ଚିହ୍ନଟ କରି ସାରିଛି।

ରାଠୋର କହିଛନ୍ତି ଯେ, ଦଳରେ ସ୍ଥାନ ପାଇବା ପାଇଁ ଶେଷ ସମୟ ପର୍ଯ୍ୟନ୍ତ ନୂଆ ନୂଆ ଦାବିଦାର ଦେଖିବାକୁ ମିଳିବ। ହେଲେ ମୋର ବ୍ୟକ୍ତିଗତ ଆଉ ଟିମ୍‌ ମ୍ୟାନେଜମେଣ୍ଟ କଥା କହିବାକୁ ଗଲେ ଗୁରୁତ୍ବପୂର୍ଣ୍ଣ ଖେଳାଳିଙ୍କୁ ଚିହ୍ନଟ କରାସରିଛି ବୋଲି କହିଛନ୍ତି ରାଠୋଡ।

ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ-୨୦ ବିଶ୍ବକପ୍‌କୁ ଧ୍ୟାନରେ ରଖି ଟିମ୍‌ ଇଣ୍ଡିଆ ୨୦୧୯ ସେପ୍ଟମ୍ବରରୁ ଖେଳାଳି ଚୟନ ପାଇଁ ପନ୍ଥା ଅବଲମ୍ବନ କରିସାରିଛି। ଫଳରେ ଟିମ୍‌ ମ୍ୟାନେଜମେଣ୍ଟ ଶ୍ରେୟସ୍‌ ଆୟର, ଓ୍ବାଂଶିଟନ ସୁନ୍ଦର, ଦୀପକ ଚହର ଓ ଶିଭମ ଦୁବେଙ୍କ ଭଳି ଯୁବ ଖେଳାଳିଙ୍କୁ ସୁଯୋଗ ଦେଇ ଆସୁଛି ଟିମ୍‌ ଇଣ୍ଡିଆ ବୋଲି କହିଛନ୍ତି ବିକ୍ରମ ରାଠୋଡ।

Comments are closed.