Odisha Link
Bridging the Missing Links in Odisha

ରାଉରକେଲାରେ କୁକୁର ଆତଙ୍କ

ରାଉରକେଲା : ରାଉରକେଲାରେ କୁକୁର ଆତଙ୍କ। ଗତ ୩ ଦିନରେ ୨୭୦ରୁ ଊର୍ଦ୍ଧ୍ୱ ଲୋକ କୁକୁର କାମୁଡ଼ାର ଶିକାର ହେଲେଣି। ଖାସ୍ କରି ଇନ୍ଦିରା ଗାନ୍ଧୀ ପାର୍କ, ଝିରିପାଣି, ଜଗଦା, ମାଲଗୋଦାମ, ମଧୁସୂଦନ ପାଲି ନାଲା ରୋଡ କୋଏଲନଗର, ସେକ୍ଟର ୮, ୬, ଆଦି ଅଞ୍ଚଳରେ ବହୁ ଲୋକ କୁକୁର କାମୁଡ଼ାର ଶିକାର ହେଲେଣି। ଗତ ୨୬ ତାରିଖରେ ୮୯ଜଣ, ୨୭ ତାରିଖରେ ୧୪୧ ଜଣ ଏବଂ ୨୮ ତାରିଖରେ ୬୫ ରୁ ଊର୍ଦ୍ଧ୍ୱ ଲୋକଙ୍କୁ କୁକୁର କାମୁଡ଼ିଲାଣି। ଏନେଇ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ କିମ୍ବା ରାଉରକେଲା ମହାନଗର ନିଗମ କୁକୁର ଧରିବା ଦିଗରେ ବିଶେଷ ଧ୍ୟାନ ଦେଉ ନାହାନ୍ତି।

ଗତମାସ କୁକୁର କାମୁଡ଼ାରେ ୧୦୦ରୁ ଉର୍ଦ୍ଧ୍ୱ ଲୋକ ଗୋଟିଏ ଦିନରେ ଆକ୍ରାନ୍ତ ହୋଇଥିବା ବେଳେ ଚଳିତ ମାସ ମଧ୍ୟ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏଥିସହ କୁକୁର କାମୁଡ଼ା ଇଞ୍ଜେକ୍ସନ ନେବାକୁ ସରକାରୀ ଡାକ୍ତରଖାନାରେ ଲୋକଙ୍କ ଭିଡ଼ ଲାଗୁଥିବା ବେଳେ କୁକୁର କାମୁଡ଼ା ଇଞ୍ଜେକ୍ସନ ଅଭାବ ପଡ଼ିବା ଆଶଙ୍କା ରହିଛି। ବୁଲା କୁକୁରଙ୍କୁ ଧରିବାକୁ ଏବଂ ନିୟନ୍ତ୍ରଣ କରିବାକୁ ସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି। ଆଜି ରାଉରକେଲା ବିଧାୟକ ସରକାରୀ ହସ୍ପିଟାଲରେ ପହଞ୍ଚି କୁକୁର କାମୁଡ଼ାର ଶିକାର ଲୋକଙ୍କୁ ଚିକିତ୍ସା ସହ କୁକୁର ବନ୍ଧ୍ୟାକରଣ ନିମନ୍ତେ ନିର୍ଦେଶ ଦେଇଛନ୍ତି।

Comments are closed.