Odisha Link
Bridging the Missing Links in Odisha

‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ରେ ନଜର ଆସିବେ ରଜନୀକାନ୍ତ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ପରେ ଡିସ୍କଭରି ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ ଶୋରେ ନଜର ଆସିବେ ରଜନୀକାନ୍ତ। ଗତବର୍ଷ ଏହି ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଥିଲେ ଏବଂ ସେହି ଏପିସୋଡ଼କୁ ସମସ୍ତେ ଖୁବ୍ ପସନ୍ଦ କରିଥିଲେ। ଏବେ ଏହି ଶୋରେ ଦକ୍ଷିଣ ଭାରତୀୟ ସିନେଜଗତର ସୁପରଷ୍ଟାର ରଜନୀକାନ୍ତ ସାମିଲ ହେବାକୁ ଯାଉଛନ୍ତି। ଏନେଇ କର୍ଣ୍ଣାଟକ ବନ ବିଭାଗ ସୂଚନା ଦେଇଛି।

ଖବର ମୁତାବକ, ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ର ଏକ ଏପିସୋଡ଼ରେ ବେୟର ଗ୍ରୀଲ୍ସଙ୍କ ସହ ନଜର ଆସିବେ ରଜନୀକାନ୍ତ। ଏହି ଶୋ’ର ଶୁଟିଂ କର୍ଣ୍ଣାଟକର ବାନ୍ଦିପୁର ଜଙ୍ଗଲରେ ଆରମ୍ଭ ହୋଇଯାଇଛି। ତିନି ଦିନ ଧରି ଏହି ଶୁଟିଂ ଚାଲିବ। ସୂଚନାଯୋଗ୍ୟ, ମୋଦୀଙ୍କ ଏପିସୋଡ଼ ଉତ୍ତରାଖଣ୍ଡର ଜିମ କାର୍ବେଟ୍ ପାର୍କରେ ଶୁଟିଂ କରାଯାଇଥିଲା।

Comments are closed.