Odisha Link
Bridging the Missing Links in Odisha

ମିଠା ଖାଇ ୫୦ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅସୁସ୍ଥ

ସୁବର୍ଣ୍ଣପୁର: ମିଠା ଖାଇ ଭିନ୍ନକ୍ଷମ କଲ୍ୟାଣ ବିଦ୍ୟାଳୟର ୫୦ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅସୁସ୍ଥ। ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା କଲାପଥର ଗାଁରେ। ମିଠା ବିଷାକ୍ତ ଥିବାରୁ ପିଲାମାନେ ଅସୁସ୍ଥ ହୋଇଥିବା ଜଣାପଡିଛି। ଛାତ୍ରଛାତ୍ରୀମାନଙ୍କୁ ଝାଡା ଓ ବାନ୍ତି ହେଉଥିବାବେଳେ କିଛି ଛାତ୍ରଛାତ୍ରୀ ଗୁରୁତର ଅଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ଜଣେ ଛାତ୍ର ଭିନ୍ନକ୍ଷମ କଲ୍ୟାଣ ବିଦ୍ୟାଳୟରେ ଜନ୍ମଦିନ ପାଇଁ ଘରେ ତିଆରି ମୁଗ ବରା ଓ ମିଠା ବଣ୍ଟନ କରିଥିଲେ। ମିଠା ଖାଇବା ପରେ ୪ଟା ସମୟରେ କିଛି ଛାତ୍ରଛାତ୍ରୀଙ୍କୁ ବାନ୍ତି ହୋଇଥିଲା ଏବଂ ପରେ ପ୍ରାୟ ୪୫ ଜଣ ଛାତ୍ରଛାତ୍ରୀଙ୍କ ଝାଡାବାନ୍ତି ହେବାରୁ ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଅଟୋ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ଅଛି। ଜିଲ୍ଲାପାଳ ମନୀଷା ବାନାର୍ଜୀ, ଅତିରିକ୍ତ ଜିଲ୍ଲାପାଳ ଶରତ କୁମାର ପଣ୍ଡା ଏବଂ ଏସପି ଦେବୀ ପ୍ରସାଦ ଦାସ ଡାକ୍ତରଖାନା ଯାଇ ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି।

Comments are closed.