Odisha Link
Bridging the Missing Links in Odisha

୩ଟି ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଆନନ୍ଦପୁର: ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଙ୍ଗାରୁଆ କାଟିଣି ଗାଁରେ ପୋଖରୀ ନିକଟକୁ ଶୌଚ ହେବାକୁ ଯାଇଥିବା ସମୟରେ ସଂପୃକ୍ତ ଯୁବକଙ୍କୁ ୩ଟି ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଫଳରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ହେଉଛନ୍ତି ଅନାଥ ନାୟକ। ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭାଲୁ ଆକ୍ରମଣ ସମୟରେ ଉପସ୍ଥିତ ବୁଦ୍ଧି ଖଟାଇ ଅନାଥ ପୋଖରୀ ଭିତରକୁ ଡେଇଁ ପଡିଥିଲେ। ଫଳରେ ତାଙ୍କ ଜୀବନ ବଞ୍ଚି ଯାଇଥିବା ଜଣାପଡିଛି।

Comments are closed.