Odisha Link
Bridging the Missing Links in Odisha

ତପ୍ତପାଣି ସଡ଼କ ଦୁର୍ଘଟଣା: ମୃତକଙ୍କ ପିରବାରକୁ ୨ ଲକ୍ଷ

ଭୁବନେଶ୍ବର: ବ୍ରିଜ୍‌ ତଳକୁ ବସ୍‌ ଖସି ୭ ମୃତ, ୪୦ରୁ ଉର୍ଦ୍ଧ୍ବ ଆହତ ଘଟଣାରେ ମୃତକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ଅନୁକମ୍ଫା ସହୟତା ଘୋଷଣା କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ଏସପିଙ୍କୁ ନର୍ଦ୍ଦେଶ ଦିଆଯାଇଛି। ତପ୍ତପାଣି ଘାଟି ପାଳୁଖୋଳା ପାଖରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା।

ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଳା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ପାଳୁଖୋଳା ନିକଟସ୍ଥ ବ୍ରିଜ୍‌ ତଳକୁ ଏକ ବସ୍ ଓଲଟି ପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ରୁ ଅଧିକ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ଅଛନ୍ତି। ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ଥିଲେ ବୋଲି କୁହାଯାଉଥିବା ବେଳେ ଖବର ଲେଖାଯିବା ସୁଦ୍ଧା ଆଉ ଜଣେ ଯାତ୍ରୀ ଫସି ରହିଛନ୍ତି। ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ଦିଗପହଣ୍ଡି ଓ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି।ମୃତକଙ୍କ ମଧ୍ୟରୁ ଚାରି ଜଣଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି ରାୟଗଡ଼ାର ବିଦ୍ୟୁତ୍ ନାୟକ, ପୁତାବଗଡ଼ର ଝୁନୁ ବେହେରା, କବିସୂର୍ଯ୍ୟନଗରର ବାଲିଅସରା ଗାଁର କରିସ୍ମା ନାୟକ ଓ କୋଦଳାର ଏଲ୍‌ ରମେଶ।

ସୂଚନାଯୋଗ୍ୟ ଯେ, ରାୟଗଡାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ମାରୁତି ନାମକ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଆଜି ଭୋର ପ୍ରାୟ ୩ଟା ସମୟେ ତପ୍ତପାଣି ଘାଟି ଦେଉ ଆସୁଥିବାବେଳେ ପାଳୁଖୋଳା ପାଖରେ ଘନ କୁହୁଡି ଆସ୍ତରଣ ଯୋଗୁଁ ଘାଟିରୁ ତଳକୁ ଖସିପଡିଛି। ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ବସ୍ ତଳେ ଆଉ କିଛି ଯାତ୍ରୀ ଫସିରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରହିଛି।
ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପାଟପୁର ପୋଲିସ ଓ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୪ଟି ଗାଡି ସହ ୪୦ରୁ ଉର୍ଦ୍ଧ୍ବ ଅଫିସର ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ସାନଖେମୁଣ୍ଡି ଓ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଉଛି। ବସ୍‌ରୁ ଯାତ୍ରୀଙ୍କୁ ଉଦ୍ଧାକ କରିବା ସହ ଦିଗପହଣ୍ଡି ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି। ତେବେ ବସ୍‌ ଓଲଟିବାର ସଠିକ୍ କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ତଦନ୍ତ କରୁଛି ପୋଲିସ ।

Comments are closed.