Odisha Link
Bridging the Missing Links in Odisha

୩ୟ ଟି-୨୦: ପ୍ରଥମେ ବ୍ୟାଟିଂ କରିବ ଭାରତ

ହାମିଲଟନ୍: ଆଜି ହାମିଲଟନରେ ମୁହାଁମୁହିଁ ହେବ ଭାରତ-ନ୍ୟୁଜିଲାଣ୍ଡ। ତୃତୀୟ ଟି-୨୦ରେ ଟସ୍‌ ଜିତି ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ଫିଲଡିଂ କରିବାର ନିଷ୍ପତ୍ତି ନେଇଛି। ଫଳରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାାଟିଂ କରିବ। ଭାରତୀୟ ଦଳ ଆଜିର ମ୍ୟାଚରେ ଅପରବର୍ତ୍ତିତ ଟିମ୍‌ ନେଇ ମଇଦାନକୁ ଓହ୍ଲାଇଛି।

ଅପରପକ୍ଷେ ନ୍ୟୁଜିଲାଣ୍ଡ ଦଳ ପାଇଁ ଏହି ମ୍ୟାଚ ବେଶ୍‌ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଦଳ ପାଇଁ କର ବା ମର ମ୍ୟାଚ୍। ଯଦି ଘରୋଇ ଦଳ ଏହି ମ୍ୟାଚ୍‌ ହାରି ଯାଉଛି ତେବେ ଟିମ୍‌ ଇଣ୍ଡିଆ ଏହି ସିରିଜକୁ କବଜା କରିବାରେ ସଫଳ ହେବ।

Comments are closed.