Odisha Link
Bridging the Missing Links in Odisha

ବରୁଣଙ୍କ ଫ୍ୟାନ ହୋଇଗଲେ ରେମୋ

ମୁମ୍ବାଇ: ବଲିଉଡ ଷ୍ଟାର ବରୁୁନ ଧବନଙ୍କ ଅଭିନୀତ ସିନେମା ‘ଷ୍ଟ୍ରୀଟ୍‌ ଡ୍ୟାନ୍‌ସର୍‌ 3D’ ବକ୍ସ ଅଫିସ୍‌ରେ ଧମାଲ କରୁଛି । ସିନେମାଟିକୁ ରେମୋ ଡି’ସୌଜା ନିର୍ଦ୍ଦେଶନା ଦେଇଥିବା ବେଳେ ଏହା ୨୪ ତାରିଖରେ ରିଲିଜ ହୋଇଥିଲା । ସିନେମାଟି ପାଖା ପାଖି ୪୬ କୋଟି ଟଙ୍କା ଆୟ କରିସାରିଲାଣି ।  ତେବେ କୋରିଓଗ୍ରାଫର୍‌ ରେମୋ ଅନ୍ୟ ଏକ ସିନେମା କରିବା ପାଇଁ ଯୋଜନା କରି ସାରିଲେଣି । ସିନେମାଟି ଏକ ନୃତ୍ୟ ଭିତ୍ତିକ ଆଧାରିତ । ଏହାର ମୁଖ୍ୟ ଚରିତ୍ରରେ ବରୁନ ଧବନ ନଜର ଆସିପାରନ୍ତି । କାରଣ ତାଙ୍କର ଦମଦାର ଅଭିନୟକୁ ରେମୋ ବେଶ ପସନ୍ଦ କରିବା ସହ ତାଙ୍କର ଫ୍ୟାନ୍ ବନିଯାଇଛନ୍ତି ।

ସୂଚନାଅନୁସାରେ ବରୁଣ ଏମିତି ଏକ ଚରିତ୍ରରେ ଅଭିନୟ କରିବେ ଯିଏ ପ୍ରଥମେ ନୃତ୍ୟକୁ ଘୃଣା କରୁଥିବେ। କିନ୍ତୁ ପରବର୍ତ୍ତୀ ସମୟରେ ନିଜ ଝିଅ ପାଇଁ ଡ୍ୟାନ୍ସ ଶିଖିବେ ।

ତେବେ ସିନେମା ‘ଷ୍ଟ୍ରୀଟ୍‌ ଡ୍ୟାନ୍‌ସର୍‌ 3D’ ୭୦ରୁ ୮୦ କୋଟି ବଜେଟ୍‌ରେ ତିଆରି ହୋଇଛି। ଏହାର ପ୍ରଯୋଜନା କରିଛନ୍ତି ଭୂଷଣ କୁମାର ଓ କୃଷ୍ଣ କୁମାର୍ । ବରୁନଙ୍କ ବ୍ୟତିତ ପ୍ରଭୁଦେବା, ଶ୍ରଦ୍ଧା କପୁର , ପୁନିତ ପାଠକ, ଆଦି ନଜର ଆସିଛନ୍ତି ।

Comments are closed.