Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଦ୍ମବେଶ

ପୁରୀ : ଶ୍ରୀମନ୍ଦିରରେ ଆଜି ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ। ପରମ୍ପରା ଅନୁଯାୟୀ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ଦିନ ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଥାଏ। ମଉଳା ପଦ୍ମଫୁଲରେ ମହାପ୍ରଭୁ ଏହି ବେଶ ଧାରଣ କରିଥାନ୍ତି। ସପ୍ତଦଶ ଶତାଦ୍ଧୀରୁ ବଡଛତା ମଠର ସନ୍ଥ ରଘୁବର ଦାସଙ୍କ ସମୟରୁ ଏହି ବେଶ ହୋଇ ଆସୁଛି।

କିରୀଟ, ଚୂଳ, ହୃଦପଲ୍ଲବ, କରପଲ୍ଲବ,ଶ୍ରୀମୁଖ ପଦ୍ମରେ ବିଭୂଷିତ ହୋଇ ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ। ଶ୍ରୀମନ୍ଦିରରେ ସମସ୍ତ ନୀତିକାନ୍ତି ପରେ ରାତ୍ର ଚନ୍ଦନଲାଗି ଓ ବଡସିଂହାର ବେଶ ସମୟରେ ଏହି ପଦ୍ମବେଶ ଅନୁଷ୍ଠିତ ହେବ। ଏହି ବେଶରେ ଶ୍ରୀଜୀଉଙ୍କୁ ଖିରୀ ଓ ଅମାଲୁ ଭୋଗ ଲାଗି ହୋଇଥାଏ।

Comments are closed.