Odisha Link
Bridging the Missing Links in Odisha

ଦିଲ୍ଲୀ ନିର୍ବାଚନ: ବିଜେପିରେ ଯୋଗଦେବେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ, କରିବେ ପ୍ରଚାର

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ୍‌ ତାରକା ସାଇନା ନେହୱାଲ ରାଜନୀତିରେ କରିବେ ପ୍ରବେଶ। ସାଇନା ନେହୱାଲ ଆଜି ବିଜେପିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳରେ ମିଶିବେ ସାଇନା।

ଏଥିସହିତ ସାଇନା ନେହଓ୍ବାଲ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଚାର ମଧ୍ୟ କରିବେ। ସାଇନା ହରିୟାଣା ବାସିନ୍ଦା ହୋଇଥିବାରୁ ବିଜେପିକୁ ଦିଲ୍ଲୀ ନିର୍ବାଚନରେ ଫାଇଦା ମିଳିବ ବୋଲି ରାଜନୈତିକ ବଶାରଦ ମାନେ ଚର୍ଚ୍ଚା କରୁଛନ୍ତି।

ଏହା ପୂର୍ବରୁ ବହୁ କ୍ରୀଡ଼ାବିତ ରାଜନୀତିରେ ପାଦ ଥାପିଛନ୍ତି। ସଦସ୍ୟ ସାଧାରଣ ନିର୍ବାଚନରେ କ୍ରିକେଟର ଗୌତମ ଗମ୍ଭୀର ଦିଲ୍ଲୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଅଲିମ୍ପିକ୍‌ରେ ୩ ଥର ଦେଶକୁ ପ୍ରତିନିଧିତ୍ୱ କରିଥିବା ନେହୱାଲ ଦ୍ୱିତୀୟ ପ୍ରୟାସରେ କାଂସ୍ୟ ପଦକ ପାଇଥିଲେ। ୧୧ଟି ସୁପରସିରିଜ୍‌ ଟାଇଟଲ୍‌ ସହ ୨୪ ଅନ୍ତର୍ଜାତୀୟ ଟାଇଟଲ୍‌ ଜିତିସାରିଛନ୍ତି। ୨୦୧୫ ମସିହାରେ ସାଇନା ବିଶ୍ୱର ନମ୍ବର ୧ ବ୍ୟାଡମିଣ୍ଟନ୍‌ ଖେଳାଳି ହୋଇପାରିଥିଲେ। ଏହାପୂର୍ବରୁ ୨୦୦୯ରେ ସେ ବିଶ୍ୱର ଦ୍ୱିତୀୟ ଶ୍ରେଷ୍ଠ ବ୍ୟାଡମିଣ୍ଟନ୍‌ ଖେଳାଳି ହୋଇପାରିଥିଲେ। ତାଙ୍କର ବର୍ତ୍ତମାନ ରାଙ୍କ ୯ ରହିଛି।

Comments are closed.