Odisha Link
Bridging the Missing Links in Odisha

ରାଜନୀତିରେ ପାଦ ଥାପିଲେ ସାଇନା ନେହୱାଲ

ନୂଆଦିଲ୍ଲୀ: ରାଜନୀତିରେ ପାଦ ଥାପିଲେ ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ୍‌ ତାରକା ସାଇନା ନେହୱାଲ। ସାଇନାଙ୍କ ସାନ ଭଉଣୀ ଭଉଣୀ ଚନ୍ଦ୍ରାଂଶୁ ନେହୱାଲ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ପ୍ରଥମ ମହିଳା ବ୍ୟାଡମିଣ୍ଟନ ତାରକା ଭାବେ ଅଲିମ୍ପିକ୍‌ ପଦକ ଜିତିଥବା ସାଇନା ଆଜି ବେଶ କିଛି ଜଣ ବିଜେପି ନେତାଙ୍କ ଉପସ୍ଥିତିରେ ବିଜେପିର ଦିଲ୍ଲୀ କାର୍ଯ୍ୟାଳୟଠାରେ ଦଳରେ ଯୋଗଦେଇଛନ୍ତି।

ଏଥିସହିତ ସାଇନା ନେହଓ୍ବାଲ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଚାର ମଧ୍ୟ କରିବେ ବୋଲି ସୂଚନା ରହିଛି। ସାଇନା ହରିୟାଣା ବାସିନ୍ଦା ହୋଇଥିବାରୁ ବିଜେପିକୁ ଦିଲ୍ଲୀ ନିର୍ବାଚନରେ ଫାଇଦା ମିଳିବ ବୋଲି ରାଜନୈତିକ ବିଶାରଦ ମାନେ ଚର୍ଚ୍ଚା କରୁଛନ୍ତି।

ଏହା ପୂର୍ବରୁ ବହୁ କ୍ରୀଡ଼ାବିତ ରାଜନୀତିରେ ପାଦ ଥାପିଛନ୍ତି। ସଦସ୍ୟ ସାଧାରଣ ନିର୍ବାଚନରେ କ୍ରିକେଟର ଗୌତମ ଗମ୍ଭୀର ଦିଲ୍ଲୀରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଅଲିମ୍ପିକ୍‌ରେ ୩ ଥର ଦେଶକୁ ପ୍ରତିନିଧିତ୍ୱ କରିଥିବା ନେହୱାଲ ଦ୍ୱିତୀୟ ପ୍ରୟାସରେ କାଂସ୍ୟ ପଦକ ପାଇଥିଲେ। ୧୧ଟି ସୁପରସିରିଜ୍‌ ଟାଇଟଲ୍‌ ସହ ୨୪ ଅନ୍ତର୍ଜାତୀୟ ଟାଇଟଲ୍‌ ଜିତିସାରିଛନ୍ତି। ୨୦୧୫ ମସିହାରେ ସାଇନା ବିଶ୍ୱର ନମ୍ବର ୧ ବ୍ୟାଡମିଣ୍ଟନ୍‌ ଖେଳାଳି ହୋଇପାରିଥିଲେ। ଏହାପୂର୍ବରୁ ୨୦୦୯ରେ ସେ ବିଶ୍ୱର ଦ୍ୱିତୀୟ ଶ୍ରେଷ୍ଠ ବ୍ୟାଡମିଣ୍ଟନ୍‌ ଖେଳାଳି ହୋଇପାରିଥିଲେ। ତାଙ୍କର ବର୍ତ୍ତମାନ ରାଙ୍କ ୯ ରହିଛି।

Comments are closed.